ଭୁବନେଶ୍ବର: ସମ୍ବଲପୁର ସମେତ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ରୋଗୀ ସଂପର୍କୀୟଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ଚିକିତ୍ସାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛି ବିଭାଗ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତ ଶୁକ୍ରବାର ଏନେଇ ସମସ୍ତ ଏସ୍ପି, ଜିଲାପାଳ, ଭୁବନେଶ୍ବର କ୍ୟାପିଟେଲ୍ ହସ୍ପିଟାଲ୍ର ନିର୍ଦେଶକ ଏବଂ ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି।
ସଚିବ ପଣ୍ଡିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣକୁ ନେଇ ରାଜ୍ୟ ସରକାର ‘ଶୂନ ଶହନଶୀଳତା’ ଆଭିମୁଖ୍ୟ ରହିଛି । ତଥାପି ଗତ କିଛି ଦିନ ଭିତରେ ସେମାନଙ୍କ ଉପରେ ଆକ୍ରମଣ ନେଇ ଅନେକ ଘଟଣା ଘଟିଯାଇଛି। ଏଭଳି ଘଟଣା ରୋକିବା ଦିଗରେ କେତେକ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ଆବଶ୍ୟକ । ଇନ୍ଡୋର୍ର ପ୍ରତ୍ୟେକ ରୋଗୀଙ୍କୁ ମାତ୍ର ଦୁଇଟି ଭ୍ରମଣକାରୀ(ଭିଜିଟର୍ସ) ପାସ୍ ପ୍ରଦାନ କରାଯିବ। ଭ୍ରମଣକାରୀମାନେ କେବଳ ପରିଦର୍ଶନ ପାଇଁ ଉଦ୍ଧିଷ୍ଟ ସମୟରେ ହିଁ ଇନ୍ଡୋର୍ ଭିତରକୁ ଯାଇ ରୋଗୀଙ୍କୁ ସାକ୍ଷାତ କରିପାରିବେ। ଦାୟିତ୍ବରେ ଥିବା ସୁରକ୍ଷା କର୍ମଚାରୀମାନେ ଏହାର ତଦାରଖ କରିବେ। ସମସ୍ତ ନିୟମିତ ଏବଂ ଠିକା କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ସାଧାରଣ ଲୋକ ଏବଂ ଯାନବାହାନକୁ ଚିକିତ୍ସାଳୟ ଭିତରକୁ ପ୍ରବେଶ ପୂର୍ବରୁ କଡ଼ାକଡ଼ି ଯାଞ୍ଚ କରାଯିବ। ଚିକିତ୍ସାଳୟରେ ବିଶୃଙ୍ଖଳା କିମ୍ବା ଭଙ୍ଗାରୁଜା କରିଲେ କଣ ସବୁ ଦଣ୍ଡ ମିଳିବ, ସେନେଇ ରହିଥିବା ନିୟମ ସଂପର୍କରେ ଏକ ବୋର୍ଡ ଲଗାଯିବ। ଚିକିତ୍ସାଳୟ ପରିସରରେ ସୁରକ୍ଷା କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରିବା ସହ ଅଯଥାରେ ପାର୍କିଂ ହୋଇଥିବା ଯାନକୁ ବାହାର କରିବା ସହିତ ଉଠା ଦୋକାନକୁ ଉଚ୍ଛେଦ କରିବେ। ଅଭିଯୋଗ ଶୁଣାଣି ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ରହିବ। ଯେଉଁଥିରେ ଚିକିତ୍ସାଳୟର ମୁଖ୍ୟଙ୍କ ନିକଟରେ ସାଧାରଣ ଲୋକଟିଏ ସହଜରେ ନିଜର ଅଭିଯୋଗ ଦାଖଲ କରିପାରିବେ। ଯଦି ଅଭିଯୋଗ ଶୁଣାଣି ବ୍ୟବସ୍ଥା ଠିକ୍ ରହିବ, ତେବେ ଚିକିତ୍ସା ଅବହେଳା କିମ୍ବା ଅନ୍ୟାନ୍ୟ ବିଷୟ ନେଇ କେହି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ ଘଟଣାଗୁଡ଼ିକ ସ୍ଥାନୀୟ ଏସ୍ପି ଗୁରୁତର ଭାବେ ନେବା ସହିତ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।
BREAKING NEWS
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
Comments are closed.