ଭୁବନେଶ୍ବର: ସମ୍ବଲପୁର ସମେତ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ରୋଗୀ ସଂପର୍କୀୟଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ଚିକିତ୍ସାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛି ବିଭାଗ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତ ଶୁକ୍ରବାର ଏନେଇ ସମସ୍ତ ଏସ୍ପି, ଜିଲାପାଳ, ଭୁବନେଶ୍ବର କ୍ୟାପିଟେଲ୍ ହସ୍ପିଟାଲ୍ର ନିର୍ଦେଶକ ଏବଂ ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି।
ସଚିବ ପଣ୍ଡିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣକୁ ନେଇ ରାଜ୍ୟ ସରକାର ‘ଶୂନ ଶହନଶୀଳତା’ ଆଭିମୁଖ୍ୟ ରହିଛି । ତଥାପି ଗତ କିଛି ଦିନ ଭିତରେ ସେମାନଙ୍କ ଉପରେ ଆକ୍ରମଣ ନେଇ ଅନେକ ଘଟଣା ଘଟିଯାଇଛି। ଏଭଳି ଘଟଣା ରୋକିବା ଦିଗରେ କେତେକ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ଆବଶ୍ୟକ । ଇନ୍ଡୋର୍ର ପ୍ରତ୍ୟେକ ରୋଗୀଙ୍କୁ ମାତ୍ର ଦୁଇଟି ଭ୍ରମଣକାରୀ(ଭିଜିଟର୍ସ) ପାସ୍ ପ୍ରଦାନ କରାଯିବ। ଭ୍ରମଣକାରୀମାନେ କେବଳ ପରିଦର୍ଶନ ପାଇଁ ଉଦ୍ଧିଷ୍ଟ ସମୟରେ ହିଁ ଇନ୍ଡୋର୍ ଭିତରକୁ ଯାଇ ରୋଗୀଙ୍କୁ ସାକ୍ଷାତ କରିପାରିବେ। ଦାୟିତ୍ବରେ ଥିବା ସୁରକ୍ଷା କର୍ମଚାରୀମାନେ ଏହାର ତଦାରଖ କରିବେ। ସମସ୍ତ ନିୟମିତ ଏବଂ ଠିକା କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ସାଧାରଣ ଲୋକ ଏବଂ ଯାନବାହାନକୁ ଚିକିତ୍ସାଳୟ ଭିତରକୁ ପ୍ରବେଶ ପୂର୍ବରୁ କଡ଼ାକଡ଼ି ଯାଞ୍ଚ କରାଯିବ। ଚିକିତ୍ସାଳୟରେ ବିଶୃଙ୍ଖଳା କିମ୍ବା ଭଙ୍ଗାରୁଜା କରିଲେ କଣ ସବୁ ଦଣ୍ଡ ମିଳିବ, ସେନେଇ ରହିଥିବା ନିୟମ ସଂପର୍କରେ ଏକ ବୋର୍ଡ ଲଗାଯିବ। ଚିକିତ୍ସାଳୟ ପରିସରରେ ସୁରକ୍ଷା କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରିବା ସହ ଅଯଥାରେ ପାର୍କିଂ ହୋଇଥିବା ଯାନକୁ ବାହାର କରିବା ସହିତ ଉଠା ଦୋକାନକୁ ଉଚ୍ଛେଦ କରିବେ। ଅଭିଯୋଗ ଶୁଣାଣି ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ରହିବ। ଯେଉଁଥିରେ ଚିକିତ୍ସାଳୟର ମୁଖ୍ୟଙ୍କ ନିକଟରେ ସାଧାରଣ ଲୋକଟିଏ ସହଜରେ ନିଜର ଅଭିଯୋଗ ଦାଖଲ କରିପାରିବେ। ଯଦି ଅଭିଯୋଗ ଶୁଣାଣି ବ୍ୟବସ୍ଥା ଠିକ୍ ରହିବ, ତେବେ ଚିକିତ୍ସା ଅବହେଳା କିମ୍ବା ଅନ୍ୟାନ୍ୟ ବିଷୟ ନେଇ କେହି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ ଘଟଣାଗୁଡ଼ିକ ସ୍ଥାନୀୟ ଏସ୍ପି ଗୁରୁତର ଭାବେ ନେବା ସହିତ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।
BREAKING NEWS
- ଏହି ଗ୍ଲୋବାଲ ଷ୍ଟାରଙ୍କୁ ହାର୍ଭାର୍ଡରୁ ନିମନ୍ତ୍ରଣ…
- ସେହ୍ୱାଗଙ୍କୁ ଟାର୍ଗେଟ କଲେ ମୁସ୍ତାକ
- ପ୍ରବଳ ତୁଷାରପାତରେ ମାଲିକର ମୃତଦେହ ପାଖରେ ଜଗି ରହିଲା କୁକୁର
- ଭୁବନେଶ୍ୱର ଷ୍ଟେସନରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ସ୍ନିଫର୍ ଡଗ୍
- ଚାଲିଥିଲା ବେଆଇନ ବାଣ ତିଆରି, ବିସ୍ଫୋରଣ ଘଟି ୫ ଆହତ
- ଭାରତୀୟ ବଜାରରେ ଦୂର ହେବ ଛୋଟ ମୂଲ୍ୟ ନୋଟର ଅଭାବ; ବସିବ ସ୍ବତନ୍ତ୍ର ଏଟିଏମ୍
- ବଦଳିବ ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ !
- Puri Temple: ବୁଧବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
- Costa Flaunts OCI Card: “ମୁଁ ବି ଜଣେ ଭାରତୀୟ ପ୍ରବାସୀ ନାଗରିକ,” ପ୍ରଧାନମନ୍ତ୍ରୀ ମୋଦିଙ୍କୁ EU ପରିଷଦର ଅଧ୍ୟକ୍ଷ ଦେଖାଇଲେ ତାଙ୍କର ଭାରତୀୟ ପାସପୋର୍ଟ…
- India-EU Mega FTA: “‘ମଦର ଅଫ ଅଲ୍ ଡିଲ’, ଏକ ନୂତନ ଯୁଗର ଆରମ୍ଭ…”, ୭ଟି ଚୁକ୍ତିନାମା ଆଦାନପ୍ରଦାନ… ଶସ୍ତା ହେବ ୯୦% ରୁ ଅଧିକ ଜିନିଷ…
Comments are closed.