Latest Odisha News

BREAKING NEWS

ଡିସେମ୍ବରରେ ହୋଇପାରେ ଆଇପିଏଲ ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା ଡିସେମ୍ବରରେ ହୋଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜଣେ ଅଧିକାରୀଙ୍କ ମତରେ ଚଳିତ ବର୍ଷ ଶେଷ ଭାଗରେ ନିଲାମ ପ୍ରକ୍ରିୟା ଶେଷ କରିବା ପାଇଁ ବୋର୍ଡ ଚାହୁଁଛି ବୋଲି କହିଛନ୍ତି । ତେବେ ଏହି ମିନି ଅକ୍ସନ ପାଇଁ ସ୍ଥାନ ଏବଂ ତାରିଖ ନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ । ଏଥର ଟୁର୍ଣ୍ଣାମେଂଟ ହୋମ ଏବଂ ଆୱେ ଫର୍ମାଟରେ ଖେଳାଯିବ । ନିଲାମ ପାଇଁ ଫ୍ରାଚାଇଜଙ୍କ ପାଖରେ ୯୫ କୋଟି ଟଙ୍କା ରହିବ । ଗତ ସଂସ୍କରଣ ତୁଳନାରେ ଏହା ୫ କୋଟି ଅଧିକ ।

ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ରବୀନ୍ଦ୍ର ଜାଡେଜାଙ୍କୁ ଛାଡିବା ପାଇଁ ଚାହୁଁ ନ ଥିବା ଜଣାପଡିଛି । ଜାଡେଜାଙ୍କ ସହ ଚେନ୍ନାଇ ଟିମର ଭଲ ସମ୍ପର୍କ ନ ଥିବା ଖବର ପ୍ରକାଶ ପାଇଥିଲା । ଗୁଜରାଟ, ଦିଲ୍ଲୀ ପରି ଟିମ ଜାଡେଜାଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଚେନ୍ନାଇ ମନା କରିଦେଇଛି ।

Leave A Reply

Your email address will not be published.