Latest Odisha News

BREAKING NEWS

ସାବଧାନ! ଶିଶୁଙ୍କ ପାଟି ଓ ସ୍ବାସ୍ଥ୍ୟକୁ କରନ୍ତୁନି ଅଣଦେଖା, ହୋଇପାରେ ଗମ୍ଭୀର ସମସ୍ୟା

ଏକ ଶିଶୁ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଆ କ୍ଷୀର ଉପରେ ନିର୍ଭର କରିଥାଏ। ଆମେ ଯଦୁ ନବଜାତ ଶିଶୁ କଥା ଆଲୋଚନା କରିବା ତେବେ ସେମାନଙ୍କ ପାଟିରେ ବେଳେବେଳେ ମା’ କ୍ଷୀର ଅଠାରେ ପରିଣତ ହୁଏ ଫଳରେ ଏହା ଶିଶୁର ଜିଭରେ ଲାଗିଯାଏ। ଆଉ ପରବର୍ତ୍ତୀ ସମୟରେ ପାଟି ଭିତରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଏଥିଲାଗି ନବଜାତ ଶିଶୁଙ୍କର ପାଟି ସ୍ବାସ୍ଥ୍ୟ(Oral Health)ର ଯତ୍ନ ନେବା ନିହାତି ଆବଶ୍ୟକ ।

ନବଜାତଙ୍କ ପାଟି ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। ଶିଶୁଙ୍କ ବୟସ ଅନୁଯାୟୀ ପାଟି ସ୍ବାସ୍ଥ୍ୟ ଯତ୍ନ ଭିନ୍ନ ହୋଇଥାଏ । ନବଜାତଙ୍କ ଦାନ୍ତ ଉଠିନଥିବାରୁ ସେମାନଙ୍କ ପାଟିକୁ ପେଷ୍ଟ ଓ ବ୍ରସ ପରିବର୍ତ୍ତେ ନରମ କପଡା ଦ୍ବାରା ସଫା କରାଯିବା ଉଚିତ। ପ୍ରଥମେ ଆଙ୍ଗୁଠିରେ କପଡ଼ା ଗୁଡ଼ାଇ ଏହା ଦ୍ବାରା ଶିଶୁର ପାଟିକୁ ସଫା କରିବା ଉଚିତ। ଏପରି ସଫା କରିବା ଦ୍ବାରା ଶିଶୁର ପାଟିରେ ଥିବା ଅଠାଗୁଡ଼ିକ ସଫା ହୋଇଥାଏ ।

ଜଣେ ବିଶେଷଜ୍ଞ କହିଛନ୍ତି ଯେ ଶିଶୁ ୪ ମାସର ହୋଇଯିବା ପରେ ସେ ତାର ହାତକୁ ପାଟିରେ ପୁରାଇଥାଏ । ଏହାସହ ତା’ ଆଖିରେ ଯାହା ପଡ଼େ ତାକୁ ପାଟିରେ ପୁରାଇବାକୁ ଚେଷ୍ଟା କରେ । ଏହାଦ୍ବାରା ପାଟିରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଏହା ଧୀରେ ଧୀରେ ପେଟରେ ପହଞ୍ଚି ରୋଗ ସୃଷ୍ଟି କରିଥାନ୍ତି । କେବଳ ଖାଇବା ପରେ ନୁହେଁ, ବରଂ ଶିଶୁଙ୍କ ପାଟିକୁ ୧ ରୁ ୨ ଥର ଦିନରେ ସଫା କରିବା ଆବଶ୍ୟକ ।

ଶିଶୁ ବିଶେଷଜ୍ଞଙ୍କ କହିବାନୁସାରେ ଶିଶୁ ୪ରୁ ୬ମାସ ହେବା ପରେ ଦାନ୍ତ ଉଠିବା ଆରମ୍ଭ ହୋଇଥାଏ । ଏହାପରେ ମାଢି ଫାଟି ଶିଶୁର ଦାନ୍ତ ଉଠେ । ଏହି ସମୟରେ ଶିଶୁକୁ ଯନ୍ତ୍ରଣା ହୋଇଥାଏ । ଏହାସହ ଶିଶୁକୁ ଜ୍ବର ମଧ୍ୟ ହୋଇଥାଏ । ଏଥିଲାଗି ଶିଶୁର ମାଢିକୁ ଧୀରେ ଧୀରେ ମାଲିସ କରିବା ଉଚିତ । ଫଳରେ ଶିଶୁକୁ ଆରାମ ମିଳିଥାଏ । ଯେତେବେଳେ ଦାନ୍ତ ଉଠି ସାରେ ସେତେବେଳେ ଏହାକୁ ସଫା ରଖିବା ଗୁରୁତ୍ବପୂର୍ଣ୍ଣ ହୋଇପଡେ । ଏହି ଟିଥିଂ ପ୍ରକ୍ରିୟା ସମୟରେ ଶିଶୁକୁ କ୍ୟାଲସିୟମ ବା ଭିଟାମିନ ଡି ଔଷଧ ଦିଆଯିବା ଆବଶ୍ୟକ ।

ଡକ୍ଟର ଅପର୍ଣ୍ଣା କହିଛନ୍ତି ଯେ ଶିଶୁର ଦାନ୍ତ ଉଠିବା ପରେ ଏହାକୁ ସଫା କରିବା ପାଇଁ ଏକ ସ୍ବତନ୍ତ୍ର ଧରଣର ଟୁଥବ୍ରସ୍‌ ମିଳିଥାଏ । ଏହାକୁ ବ୍ୟବହାର କରି ଶିଶୁଙ୍କ ଦାନ୍ତ ସଫା କରିବା ଆବଶ୍ୟକ । ଶିଶୁ ପେଷ୍ଟକୁ ଯେପରି ଢୋକି ନ ଦିଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହାସହିତ କେଉଁ ପେଷ୍ଟଟି ଶିଶୁଙ୍କ ପାଇଁ ଅଧିକ ଉପଯୋଗୀ ସେ ସମ୍ପର୍କରେ ନିଜ ଡାକ୍ତରଙ୍କ ସହିତ ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବ୍ରସ୍‌ କରିବା ପରେ ପାଟିକୁ ଭଲ ଭାବରେ ଧୋଇବା ଆବଶ୍ୟକ । ଶିଶୁ ବଡ଼ ହେବା ପରେ ବ୍ରସ୍‌ କରିବାର ଉପଯୋଗିତା ସମ୍ପର୍କରେ ଶିଶୁଙ୍କୁ ବୁଝାଇବା ଆବଶ୍ୟକ । ଉତ୍ତମ ପାଟି ସ୍ବାସ୍ଥ୍ୟ ଶିଶୁଙ୍କୁ ଅନେକ ରୋଗରୁ ରକ୍ଷା ଦେଇଥାଏ ।

 

Leave A Reply

Your email address will not be published.