Latest Odisha News

ଚିନ୍ତା ଛାଡ଼ନ୍ତୁ, ବାର୍ଦ୍ଧକ୍ୟ ଦୂରେଇ ରହିବ

ସୁସ୍ଥ ଶରୀର ଓ ସୁସ୍ଥ ଜୀବନ ପାଇଁ ମଣିଷ ଅନେକ ସଂଘର୍ଷ କରୁଛି। ବୟସକୁ ବାନ୍ଧି ରଖିବା ଅବା ବାର୍ଦ୍ଧକ୍ୟକୁ ରୋକିବାର ଇଚ୍ଛା ପ୍ରାୟ ସମସ୍ତଙ୍କ ଭିତରେ ରହିଥାଏ। ମହିଳାଙ୍କ କ୍ଷେତ୍ରରେ ଏହା ସାମାନ୍ୟ ଅଧିକ। ସୁସ୍ଥ ରହିବା ସହ ଦୀର୍ଘ ଜୀବନ ଜିଇଁବାକୁ ସମସ୍ତଙ୍କର ଇଚ୍ଛା ଥାଏ। ବୟସ ବଢିବା ପରେ ମଧ୍ୟ ସୁସ୍ଥ ରହିବା, ଗ୍ଲୋଇଂ ତ୍ୱଚା ଓ ଯୁବା ରହିବାକୁ କିଏ ବା ନ ଚାହେଁ? ଉଦାହରଣ ସ୍ଵରୁପ ଜାପାନୀ ଲୋକେ ଦୀର୍ଘ ବର୍ଷ ଯାଏ କେବଳ ଯୁବାବସ୍ଥାରେ ରହି ନଥାନ୍ତି, ବରଂ ସୁସ୍ଥ ମଧ୍ୟ ରହିଥାନ୍ତି। ସେମାନେ ସବୁବେଳେ ଚମକଦାର ଓ ଯୁବା ଦେଖାଯାଇଥାନ୍ତି। ସେମାନଙ୍କ ଜୀବନ କାଳ ମଧ୍ୟ ଅଧିକ ରହିଥାଏ। ତେବେ ସେମାନଙ୍କର ଏହି ସୌନ୍ଦର୍ଯ୍ୟର ରହସ୍ୟ କଣ କେବେ ଭାବିଛନ୍ତି କି ? ଆସନ୍ତୁ ଆଜି ସେ ସମ୍ପର୍କରେ ଜାଣିବା।

ନିଜର ଏମିତି କିଛି ଖାସ୍ ଅଭ୍ୟାସ ଯୋଗୁଁ ଜାପାନୀମାନେ ଦୀର୍ଘ ଦିନ ଯାଏ ଯୁବାବସ୍ଥା ବଜାୟ ରଖିପାରନ୍ତି। ଆପଣମାନେ ମଧ୍ୟ ଚାହିଁଲେ ସେହି ଜୀବନଶୈଳୀକୁ ଆପଣେଇପାରିବେ। ସେମାନେ ଡାଏଟ ସହ ନିୟମିତ ଜୀବନଶୈଳୀରେ ଏହାକୁ ସାମିଲ କରିଥାନ୍ତି। ଜାପାନୀମାନେ ନିଜ ଡାଏଟରେ ସାଚ୍ୟୁରେଟେଡ୍ ଫ୍ୟାଟ୍ସକୁ କମ୍ ସାମିଲ କରନ୍ତି। ଆପଣ ମଧ୍ୟ ଏହାକୁ ଫଲୋ କରିପାରିବେ। ଯଦି ଆପଣ ସ୍ୱସ୍ଥ୍ୟକର ଖାଦ୍ୟ ଖାଇବେ ତେବେ ଦୀର୍ଘଦିନ ଯାଏ ଆପଣ ସୁସ୍ଥ ରହିବେ। ତେଣୁ ଡାଏଟରେ ଖାସ୍ ଧ୍ୟାନ ରଖନ୍ତୁ। ଜାପାନୀମାନେ ନିଜର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି।

ସେମାନେ ଥରକେ ଅଧିକ ଖାଦ୍ୟ ଖାଇ ନଥାନ୍ତି, ବରଂ କମ୍ କମ୍ ଖାଦ୍ୟ ଅଧିକ ଥର ଖାଇଥାନ୍ତି। ଏହାସହ ଖାଦ୍ୟକୁ ଭଲ ଭାବେ ଧିରେ ଧିରେ ଚୋବାଇ ଖାଇଥାନ୍ତି। ଡାଏଟରେ ସେମାନେ ଫର୍ମେଟେଡ୍ ଫୁଡ, ଋତୁ ଅନୁସାରେ ଫଳ, ପରିବା, ଓମେଗା-୩ ଯୁକ୍ତ ମାଛ ସହ କମ କ୍ୟାଲେରୀଯୁକ୍ତ ଖାଦ୍ୟ ଖାଇଥାନ୍ତି। ସେମାନେ ଚିନିର ମାତ୍ରା ମଧ୍ୟ କମ ବ୍ୟବହାର କରନ୍ତି। ଫଳରେ ମୋଟା ହୋଇନଥାନ୍ତି। ଫଳରେ ଶରୀରରେ ରୋଗ କମ ଆସେ। ମେଟାବଲିର୍ ରୋଗ ଶିକାର ହୋଇନଥାନ୍ତି। ଏହାଛଡା ଜାପାନୀ ଲୋକେ ସବୁବେଳେ ସକ୍ରିୟ ଜୀବନଶୈଳୀକୁ ଅନୁକରଣ କରନ୍ତି। ଯେପରି ସବୁବେଳେ ଚାଲିବା, ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି। କ୍ଷୀର ପରିବର୍ତ୍ତେ ଗ୍ରୀନ ଟି ପିଅନ୍ତି ଜାପାନୀ ଲୋକେ।

ଅନ୍ୟପଟେ ମାନସିକତା ଜାପାନୀଙ୍କ ଜୀବନଶୈଳୀର ଭିନ୍ନ ଏକ ଅଙ୍ଗ। ଏହା ଚିନ୍ତାକୁ କମ୍ କରିବାରେ ସହଯୋଗ କରିବା ସହ ଅତିରିକ୍ତ ଶାନ୍ତି ପ୍ରଦାନ କରିଥାଏ। ଚିନ୍ତା କମ ହେବା ଦ୍ୱାରା କାର୍ଡିଓଭାସ୍କୁଲାର୍ ସମସ୍ୟା କମ ରହିଥାଏ। ଚିନ୍ତା ହିଁ ବୟସକୁ ବଢାଇଥାଏ। ତେଣୁ ଚିନ୍ତା ଛାଡନ୍ତୁ, ଖୁସିରେ ଜୀବନ ଅତିବାହିତ କରନ୍ତୁ। ବାର୍ଦ୍ଧକ୍ୟ ଆପଣଙ୍କଠାରୁ ଦୂରେଇ ରହିବ।

Comments are closed.