Latest Odisha News

BREAKING NEWS

ଆପଣ ଗୁପଚୁପ ଖାଇବାକୁ ଭଲପାଆନ୍ତି କି! ଆମ ଶରୀର ପାଇଁ ଲାଭ ଦାୟକ ଗୁପଚୁପ

ଗୁପଚୁପ , ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ | ଆମ ସମସ୍ତଙ୍କର ଗୁପଚୁପ ପ୍ରତି ଏକ ଦୁର୍ବଳତା ରହିଛି | ରାସ୍ତା କଡରେ ଯେଉଁଠି ଦେଖିବେ ସେଠି ଦେଖିବାକୁ ମିଳିଥାଏ ଗୁପଚୁପର ଠେଲା ଗାଡି । ଆଉ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗୁପଚୁପ ସ୍ଵାଦର ମଜା ମନ ଭରି ଉଠାଇ ଥାନ୍ତି । ସାମ୍ନାରେ ଯେତେ ପ୍ରକାର ସୁସ୍ଵାଦ ବ୍ୟଞ୍ଜନ ଥାଉ ନା କାହିଁକି ଗୁପଚୁପ ଦେଖିଲେ ଲୋଭ ଲାଗିଯାଏ। ତେବେ ଗୁପଚୁପ ଖାଇବାର ଇଚ୍ଛା ସବୁବେଳେ ଥିଲେ ବି ଅନେକ କ୍ଷେତ୍ରରେ ଏହାକୁ ଅସ୍ୱାସ୍ଥ୍ୟକର ଭାବି ଆମେ ଖାଇନଥାଉ | କିନ୍ତୁ କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗୁପଚୁପ ଖାଇବା ଶରୀର ଲାଭଦାୟକ।

BjdElectrycity

କିଛି ରିପୋର୍ଟରୁ ପ୍ରକାଶ ପାଇଥିବା ତଥ୍ୟ ଓ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜିରା ଓ ପୋଦିନା ଆମ ଶରୀର ପାଇଁ ଅତ୍ୟନ୍ତ ଭଲ |ଜିରା ଓ ପୋଦିନା ଆମର ଶରୀରର ଗ୍ୟାସ ରୋଗ କମାଇବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ଫଳ ମଧ୍ୟ ଦେଇଥାଏ | ଗୁପଚୁପରେ ଜିରା, ପୋଦିନା ଏବଂ ତେନ୍ତୁଳିର ପରିମାଣ ଥିବାରୁ ଏହା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ | ବଜାରରେ ମିଳୁଥିବା ଗୁପଚୁପରେ ଅନେକ ପ୍ରକାରର ଜିନିଷ ମିଶିଥାଏ | ବେଳେ ବେଳେ ଦୂଷିତ ପାଣି କାରଣରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ | ମାତ୍ର ଘରେ ଗୁପଚୁପ ତିଆରି କରି ଖାଇଲେ ଏଥିରେ କୌଣସି ହାନିକାରକ ଜିନିଷ ମିଶିବାର ଭୟ ନଥାଏ |

ପୋଦିନା ପାଣି ଆମ ଶରୀରର ଅତ୍ୟନ୍ତ ସ୍ୱାସ୍ଥ୍ୟକର ଅଟେ | ଏହା ଆମ ଶରୀରର ଓଜନ ହ୍ରାସ ପାଇଁ ମଧ୍ୟ ସହାୟକ ହୋଇଥାଏ | ଏଥିରେ ଫାଇବର, ଭିଟାମିନ ଏ, ଆଇରନ, ମାଙ୍ଗାନିଜ ଥାଏ ଯାହା ମଣିଷ ଶରୀର ପାଇଁ ନିହାତି ଆବଶ୍ୟକ | ଏହା ଆମର ଦୃଷ୍ଟିଶକ୍ତି ବଢାଇବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ | ସେହିପରି ଜିରା ମଧ୍ୟ ଆମ ଶରୀର ପାଇଁ ଉପଯୁକ୍ତ ପୁଷ୍ଟିର ଏକ ଉତ୍ତମ ଉତ୍ସ | ଆମ ଦୈନନ୍ଦିନ ଜୀବନରେ ଜିରା ପାଣି ବ୍ୟବହାର କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଭଲ ହୋଇଥାଏ |

ଜଣେ ବିଶେଷଜ୍ଞଙ୍କ ମତ ଅନୁସାରେ ଗୋଟିଏ ମାତ୍ର ଗୁପଚୁପରେ ଥାଏ ୩୨୯ କ୍ୟାଲୋରୀ । “ସେଥିମଧ୍ୟରୁ କାର୍ବୋହାଇଡ୍ରେଟ୍ ୨୦୭ କ୍ୟାଲୋରୀ, ପ୍ରୋଟିନ୍ ୩୮ କ୍ୟାଲୋରୀ ଅଟେ |

Leave A Reply

Your email address will not be published.