Latest Odisha News

BREAKING NEWS

ମସ୍ତିଷ୍କରେ କିପରି ବିକଶିତ ହୁଏ ପୋକ, ନ୍ୟୁରୋସିଷ୍ଟି ସାର୍କୋସିସ୍‌ର ଲକ୍ଷଣ କ’ଣ?

ନିକଟରେ ଉତ୍ତରପ୍ରଦେଶର ବାରବଙ୍କିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ କିଛି ପିଲା ଏପିଲିପଟିକ୍ ଆକ୍ରାନ୍ତ ଏବଂ ବାନ୍ତିର ଶିକାର ହେବା ପରେ ସିଟି ସ୍କାନ କରାଯାଇଥିଲା। ଫଳରେ ଏହି ସ୍କାନ ରିପୋର୍ଟରେ ପିଲାଙ୍କ ମସ୍ତିଷ୍କରେ ନ୍ୟୁରୋସିଷ୍ଟି ସାର୍କୋସିସ୍ (ଏନସିସି) ପୋକ ଦେଖିବାକୁ ମିଳିଥିଲା। ଗତ ୬ମାସ ମଧ୍ୟରେ ପ୍ରାୟ ୪୦ଜଣ ପିଲାଙ୍କର ଏପରି ସମାନ ସମସ୍ୟା ସାମ୍ନାକୁ ଆସିଛି। ଏହି ପିଲାମାନଙ୍କର ବୟସ ୮ବର୍ଷରୁ ୧୪ ବର୍ଷ ଅଟେ।

ସମସ୍ତଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଧିରେ ଧିରେ ସେମାନଙ୍କର ଅବସ୍ଥା ସୁଧୁରୁଛି। କିନ୍ତୁ ପ୍ରଶ୍ନ ଉଠିଛି ଯେ ଏହି କୀଟମାନେ କିପରି ପିଲାମାନଙ୍କର ମସ୍ତିଷ୍କରେ ପହଞ୍ଚନ୍ତି ଏବଂ ମସ୍ତିଷ୍କରେ କିପରି କୀଟପତଙ୍ଗ ବାସ କରିଥିବା ଜଣାପଡିଛି। ଆସନ୍ତୁ ଏହି ପ୍ରଶ୍ନଗୁଡିକର ଉତ୍ତର ଜାଣିବା …

ମସ୍ତିଷ୍କରେ ନ୍ୟୁରୋସିଷ୍ଟି ସାର୍କୋସିସ୍ ହେବାର କାରଣ କ’ଣ?

ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ ପିଲାମାନଙ୍କ ମଧ୍ୟରେ ଫାଷ୍ଟଫୁଡର ବ୍ୟବହାର ଦ୍ରୁତ ଗତିରେ ବଢୁଛି। ଏହି କାରଣରୁ ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଉଛି। ଏହି ସମସ୍ୟା ଯୁବକମାନଙ୍କ ଅପେକ୍ଷା ପିଲାମାନଙ୍କଠାରେ ଅଧିକ ଦେଖାଯାଏ, କାରଣ ପିଲାମାନଙ୍କଠାରେ ରକ୍ତ ସଞ୍ଚାଳନ ଶୀଘ୍ର ହୋଇଥାଏ। ବିଶେଷକରି ପତ୍ରକୋବି ଖାଇବା ଦ୍ୱାରା ପୋକ ରକ୍ତ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ। ତେଣୁ, କୋବି କିମ୍ବା କଞ୍ଚା ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ। କିମ୍ବା ପନିପରିବାକୁ ସଫା କରିବା ପରେ କିମ୍ବା ଭଲ ଭାବରେ ରାନ୍ଧିବା ପରେ ଏହାକୁ ଖାଆନ୍ତୁ।

ଫୁଲ ଏବଂ ବନ୍ଧା(ପତ୍ର) କୋବିରେ ସବୁଜ ରଙ୍ଗର ଏକ ପୋକ ଦେଖାଯାଇଥାଏ। ଯାହାର ନାମ ଟେପବାର୍ମ। ଏହାକୁ ସାଧାରଣତଃ ସମସ୍ତେ କୋବି ଭାବି ରୋଷେଇ କରିଦେଇଥାନ୍ତି। ଆପଣ ଭାବୁଥାନ୍ତି, ରୋଷେଇ କରିବା ସମୟରେ ଏହି ପୋକ ମରିଯାଏ। କିନ୍ତୁ ବାସ୍ତବରେ ଏହି ପୋକ ଅଧିକରୁ ଅଧିକ ତାପମାତ୍ର ସହ୍ୟ କରିପାରି ଆରାମରେ ବଞ୍ଚିଥାଏ । ପରେ ଖାଦ୍ୟ ସହିତ ଶରୀରରେ ପ୍ରବେଶ କରି ମସ୍କିଷ୍କରେ ପହଞ୍ଚିଯାଇଥାଏ।

ନ୍ୟୁରୋସିଷ୍ଟି ସାର୍କୋସିସ୍ କେତେ ବିପଜ୍ଜନକ?

ଠିକ୍ ସମୟରେ ଚିକିତ୍ସା କରା ନଗଲେ ମସ୍ତିଷ୍କରେ ଥିବା ନ୍ୟୁରୋସିଷ୍ଟି ସାର୍କୋସିସ୍ ସାଂଘାତିକ ହୋଇପାରେ। କୀଟନାଶକ ଔଷଧ ସାହାଯ୍ୟରେ ଏହି କୀଟ ମରିଯାଆନ୍ତି। କିନ୍ତୁ ଏହି କୀଟ ନମରନ୍ତି ତେବେ ଏହି କୀଟମାନଙ୍କର ଅଣ୍ଡା କ୍ୟାଲସିୟମରେ ଭରିଯାଏ ତେବେ ସେଗୁଡ଼ିକୁ ନଷ୍ଟ କରିବା କଷ୍ଟକର ହୋଇଯାଏ। ଏହି ଅବସ୍ଥାରେ ମସ୍ତିଷ୍କରେ ଫୁଲା ବଢିଯାଏ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ।

ନ୍ୟୁରୋସିଷ୍ଟି ସାର୍କୋସିସ୍‌ର ଲକ୍ଷଣ କ’ଣ?

  • ପ୍ରବଳ ମୁଣ୍ଡବିନ୍ଧା
  • ଫିଟ୍ସ ପଡିବା
  • ଅଚେତ ହେବା

ଏହି ରୋଗକୁ କିପରି ବଞ୍ଚିବେ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମସ୍ତିଷ୍କରେ କୀଟପତଙ୍ଗକୁ ଏଡାଇବା ପାଇଁ ପନିପରିବା କ୍ଷେତରେ ଛୋଟ ପିଲାଙ୍କୁ ଯିବାକୁ ଦିଅନ୍ତୁ ନାହିଁ। ଖାଲିପାଦରେ ଜମିକୁ ଯାଆନ୍ତୁ ନାହିଁ। ମଇଳା, ଆବର୍ଜନାରେ ଛୋଟ ଛୁଆଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ। କାରଣ ଫେକାଲ୍ ପୋକ ପନିପରିବା ଉଦ୍ଭିଦ ଏବଂ ଫଳ ଉପରେ ଅଣ୍ଡା ଦେଇଥାଏ ଯାହା ବହୁତ ଛୋଟ। ଯାହା ପାଦର ନଖ ଦେଇ ଶରୀରକୁ ପ୍ରବେଶ କରିବାର ଆଶଙ୍କା ଥାଏ। ଯଦି ନ୍ୟୁରୋସିଷ୍ଟି ସାର୍କୋସିସ୍ ର ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଚିକିତ୍ସା ଏବଂ ଔଷଧ ଦ୍ୱାରା ଏହା ଭଲ ହୋଇପାରିବ। ଯଦି ଏପରି ଲକ୍ଷଣ ପିଲାମାନଙ୍କଠାରେ ଦେଖାଯାଏ, ସେମାନଙ୍କୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ନଚେତ୍ ଏହା ସାଂଘାତିକ ପ୍ରମାଣିତ ହୋଇପାରେ।

Leave A Reply

Your email address will not be published.