ଯାଜପୁର: କରୋନା ସଂକ୍ରମଣରେ ଯାଜପୁର ମୁନସିପାଲଟି ସ୍ୱାସ୍ଥ୍ୟ କର୍ମୀଙ୍କ ଦେହାନ୍ତ ହୋଇଥିବା ନେଇ ଶନିବାର ଦିନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଯାଜପୁର ମୁନସିପାଲଟି ଅନ୍ତର୍ଗତ କୋଭିଡ କେୟାର ସେଣ୍ଟରକୁ ମନିଟର କରୁଥିଲେ ସ୍ୱାସ୍ଥ୍ୟ କର୍ମୀ ଲୋକେଶ ପଣ୍ଡା । କରୋନା ପଜିଟିଭଙ୍କ ଘରକୁ ଯାଇ ବୁଝାବୁଝି କରିବା ଦାୟିତ୍ୱ ତାଙ୍କ ଉପରେ ରହିଥିଲା ।
ସ୍ୱର୍ଗତଃ ପଣ୍ଡାଙ୍କ ଘର ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଶାସନପଡା ବୋଲି ଜଣାପଡିଛି ।
ଯାଜପୁର ସହର ପୂର୍ବରୁ ସେ ବିଞ୍ଝାରପୁରରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ଯାଜପୁର ମୁନସିପାଲଟିକୁ ସ୍ଥାନାନ୍ତରିତ ହୋଇଥିଲେ ।
Comments are closed.