Latest Odisha News

BREAKING NEWS

କଙ୍ଗନାଙ୍କ ଫ୍ଲାଇଟରେ ହଙ୍ଗାମା; ସାମ୍ବାଦିକଙ୍କ ଉପରେ ବ୍ୟାନ୍ ଲଗାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ସୁରକ୍ଷା ନିୟମ ଓ ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ୯ ସାମ୍ବାଦିକଙ୍କ ଉପରେ ୧୫ ଦିନ ପାଇଁ ବ୍ୟାନ୍ କରାଯାଇଛି ।

ସୂଚନାନୁଯାୟୀ ମହାରାଷ୍ଟ୍ର ସରକାର ସହ ବାଦ ବିବାଦରେ ଥିବା କଙ୍ଗନା ରାଣାୱତ ଗତ ସେପ୍ଟେମ୍ବର ୯ ତାରିଖରେ ଇଣ୍ଡିଗୋ ଫ୍ଲାଇଟରେ ଚଣ୍ଡିଗଡରୁ ମୁମ୍ବାଇ ଆସୁଥିବା ବେଳେ ସେହି ସାମ୍ବାଦିକ ମାନେ ଉକ୍ତ ବିମାନରେ ଉପସ୍ଥିତ ରହିଥିଲେ ।

କଙ୍ଗନାଙ୍କୁ ଦେଖିବା ପରେ ସେମାନେ ଅଭିନେତ୍ରୀଙ୍କ ଫଟୋ ଉଠାଇବା ଲାଗି ଦୌଡାଦୌଡି କରିଥିଲେ । ଯେଉଁ ଘଟଣାକୁ ଗୁରୁତର ସହ ନେଇଥିଲା ଡିଜିସିଏ ।

ଉକ୍ତ ସାମ୍ବାଦିକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେମାନଙ୍କ ଯାତ୍ରା ଉପରେ ୧୫ରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାନ୍ ଲଗାଯାଇଛି ।

Leave A Reply

Your email address will not be published.