Latest Odisha News

BREAKING NEWS

ମ୍ୟାଲେରିଆ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀ ଚାଲିଲେ ୯ କିଲୋମିଟର

ନବରଙ୍ଗପୁର: ଝରିଗାଁ ବ୍ଲକ ଅନ୍ତର୍ଗତ ମ୍ୟାଲେରିଆ ପ୍ରଭାବିତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଛି।ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବାଧ୍ୟହୋଇ ସେମାନେ ଦୀର୍ଘ ନଅ କିଲୋମିଟର ପାଦରେ ଚାଲି ଚାଲି ଯାଇ ଆବଶ୍ୟକ ଚିକିତ୍ସା କରାଇଥିଲେ।

ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ପ୍ରକାଶ ଚନ୍ଦ୍ର ନାୟକ, ଡାକ୍ତର ସନ୍ତୋଷ ପ୍ରଧାନଙ୍କୁ ନେଇ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଥିଲା। ଯେଉଁଥିରେ ଏସ୍ଏଚ୍ଓ ବିଶ୍ୱଜିତ ମହାନ୍ତି, ଦୀପ୍ତି ରଞ୍ଜନ ସେଠୀ, ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀ ଜାନକୀ ଟାକିରି ଏକ ଗାଡିରେ ଡାକ୍ତରଖାନାରୁ ବାହାରି ପ୍ରଭାବିତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିଥିଲେ। ତେବେ ଦୁର୍ଭାଗ୍ୟବଶତଃ, ଉପଯୁକ୍ତ ରାସ୍ତା ନଥିବାରୁ କେବଳ ଫୁଲଝରୀ ଗାଁ ପର୍ଯ୍ୟନ୍ତ ଗାଡ଼ି ଯୋଗେ ସେମାନଙ୍କର ଯାତ୍ରା ହୋଇପାରିଥିଲା। ଏହାପରେ ୯ କିଲୋମିଟପ ଯାଏ ପାଦରେ ଚାଲି ଚାଲି ଯିବାକୁ ପଡ଼ିଥିଲା।

ତିନୋଟି ପ୍ରଭାବିତ ଗ୍ରାମରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ଦଳ ପୁଙ୍ଖାନୁପୁଙ୍ଖ ଭାବେ ପରୀକ୍ଷା କରିଥିଲେ ଏବଂ ପ୍ରାୟ ୧୨୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ସେମାନେ ଅତ୍ୟନ୍ତ ଆବଶ୍ୟକ ଚିକିତ୍ସା ଓ ଔଷଧ ମାଗଣାରେ ଯୋଗାଇ ଦେଉଥିବା ବେଳେ ମ୍ୟାଲେରିଆ ରୋଗକୁ ଆଗକୁ ନ ବ୍ୟାପିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

Leave A Reply

Your email address will not be published.