Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ସମବାୟ ବ୍ୟାଙ୍କର ଛାତ

ସମ୍ବଲପୁର: ରବିବାର ପ୍ରବଳ ବର୍ଷାରେ ସମବାୟ ବ୍ୟାଙ୍କର ଛାତ ଭୁଶୁଡ଼ି ପଡ଼ିଛି । ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ଛାତ ଭୁଶୁଡ଼ି ଯାଇଛି । ସ୍ଥାନୀୟ କୁଞ୍ଜେଲପଡ଼ାର ଏକ ଭଡ଼ା ଘରେ ସମବାୟ ବ୍ୟାଙ୍କ ଚାଲିଥିଲା । ଆଜି ରବିବାର ଥିବାବେଳେ ଛାତ ଭୁଶୁ଼ଡ଼ିଥିବାରୁ କାହାରି କିଛି କ୍ଷୟକ୍ଷତି ହୋଇ ନାହିଁ ।

ପୁରୁଣା କୋଠାରେ ବ୍ୟାଙ୍କ ଚାଲୁଥିବା ବେଳେ ଅନେକ ସମୟରେ ପାଣି ଗଳୁଥିଲା । ବର୍ଷା ଦିନେ ବାଧାପ୍ରାପ୍ତ ହେଉଥିବା ସମବାୟ ବ୍ୟାଙ୍କ କାର୍ଯ୍ୟ । ଛାତରୁ ପାଣି ଝରିବା ସହ କମ୍ପ୍ୟୁଟରକୁ ପଲିଥିନରେ ଘୋଡ଼ାଇ ରଖିବାକୁ ପଡ଼ୁଥିଲା । ବନ୍ଦ ରହୁଥିଲା କ୍ୟାସ୍ କାଉଣ୍ଟର ।

ଶୁକ୍ରବାର ଠାରୁ ଲଗାଣ ବର୍ଷା ହେଉଥିବା ବେଳେ ସମାନ ସମସ୍ୟାର ସମ୍ମୁଖୀନ ହେଉଥିଲେ କର୍ମଚାରୀ । ରବିବାର ବ୍ୟାଙ୍କ କୋଠାର ସମ୍ମୁଖ ଭାଗ ଭୁଶୁଡ଼ି ପଡ଼ିଛି । ତେବେ ବ୍ୟାଙ୍କ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି ।

Leave A Reply

Your email address will not be published.