Latest Odisha News

BREAKING NEWS

ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ, ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ସକାଳ ୮ ଟା ପରିବର୍ତ୍ତେ ୧ ଘଣ୍ଟା ଡେରିରେ ସକାଳ ୯ ଟା ରେ ଡାକ୍ତରଖାନା ଖୋଲୁଥିବା ଅଭିଯୋଗ କରିଛନ୍ତି ତେଜେଶ୍ବର ପରିଡା ।  ଡାକ୍ତରଖାନା ର ମୁଖ୍ୟ ଦ୍ୱାର ବିଳମ୍ଭରେ ଖୋଲିବା ସହ ଡାକ୍ତର ମଧ୍ୟ  ଆସୁଛନ୍ତି ଦେଢ଼ ଘଣ୍ଟା ଡେ଼ରିରେ ।  ଫାର୍ମାସିଷ୍ଟ ଓ ନର୍ସ ମଧ୍ୟ ପ୍ରାୟ ୧ ଘଣ୍ଟା ଡ଼େରିରେ ଆସୁଥିବା ସେ କହିଛନ୍ତି ।

ପୂର୍ବରୁ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନିଜେ ଦେଖି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇଥିବା ସେ କହିଛନ୍ତି ।  ପ୍ରତିବାଦ ଓ ଆଲୋଚନା କରିବା ପରେ ଅବସ୍ଥାରେ ସୁଧାର ଆସିଥିଲା, କାନ୍ଥରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହିବାର ସମୟ ଲେଖା ଯାଇଥିଲା, ମାତ୍ର ପୁନର୍ବାର  ଡାକ୍ତରଖାନା ଠିକ ସମୟରେ ଖୋଲୁନଥିବାରୁ ରୋଗୀମାନେ ଘରୋଇ ଡାକ୍ତରଖାନା, କ୍ଲିନିକ ବା ଦୂର ସ୍ଥାନ କୁ ଯାଉଥିବା ଶ୍ରୀ ପରିଡ଼ା କହିଛନ୍ତି ।

ନଦୀ ଆର ପାଖେ ଥିବା ତେଣ୍ଡାକୁଡ଼ା ଡାକ୍ତରଖାନା ଅତି ଭଲ ଭାବେ ଚାଲିଥିବା ବେଳେ, ମଧୁ ଶାସନ ଡାକ୍ତରଖାନା ଅବସ୍ଥା କଣ ପାଇଁ ଅତି ଖରାପ ତାହା ଏକ ବିରାଟ ପ୍ରଶ୍ନବାଚୀ ହୋଇଥିବା ସେ କହିଛନ୍ତି । ଡାକ୍ତରଖାନା ଖୋଲିବା ସମୟ ସକାଳ ୮ ରୁ ମଧ୍ୟାହ୍ନ ୧୨ ଟା, ପୁଣି ଅପରାହ୍ନ ୩ ରୁ ୫ ଟା ଥିବାବେଳେ ଏଠାରେ କେବେ 6 ଘଂଟା ଡାକ୍ତରଖାନା ଖୋଲାଯାଉନଥିବା ସାଧାରଣ ଲୋକେ କହୁଛନ୍ତି ।

ଡାକ୍ତରଖାନା ପଛପଟେ  ଡାକ୍ତର ବା ଫାର୍ମାସିଷ୍ଟ ରହିବାର ସୁବିଧା ଅଛି କିନ୍ତୁ ସେଠାରେ ରହୁ ନଥିବା  ଲୋକେ ଅନେକବାର ଅଭିଯୋଗ କରୁଛନ୍ତି  ।

Comments are closed.