ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ୨୫ ଅଗଷ୍ଟରେ ସବୁ ସ୍ଥାନରେ ରିଲିଜ ହେବ । ତେବେ ସୋମବାର ଏହାର ହିନ୍ଦୀ ଭର୍ସନ ରିଲିଜ ନେଇ ତାଜା ଅପଡେଟ ଆସିଛି । ସେନ୍ସର ବୋର୍ଡରୁ ୟୁ/ଏ ସାର୍ଟିଫିକେଟ ପାଇବା ପରେ ମେକର୍ସ ୨୪ ଅଗଷ୍ଟରେ ହିନ୍ଦର ଭର୍ସନକୁ ରିଲିଜ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ପରଦିନ ଅନ୍ୟ ସବୁ ସ୍ଥାନରେ ଏହା ଫିଲ୍ମ ହଲରେ ପଡିବ । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଆଡଭାନ୍ସ ବୁକିଂ ଭଲ ଥିବାରୁ ଏହା ବକ୍ସ ଅଫିସରେ ଝଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ ହିନ୍ଦର ଭର୍ସନରେ ଲାଇଗରକୁ ବୟକଟ କରିବା ଟ୍ରେଣ୍ଡ ଧରିଛି । ହିନ୍ଦୀରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ସେତେଟା ଉତ୍ସାହଜନକ ରହି ନାହିଁ । ଦେବରକୋଣ୍ଡାଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ । ସେ ମଧ୍ୟ ଫିଲ୍ମର ସଫଳତା ନେଇ ଦୃଢ଼ ଆଶାୟୀ ଅଛନ୍ତି । ଉଭୟ ବିଜୟ ଏବଂ ଅନନ୍ୟା ଫିଲ୍ମର ପ୍ରମୋଶନରେ ଜୋରସୋରରେ ଲାଗି ପଡିଛନ୍ତି ।
BREAKING NEWS
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
- ମୋ ଡିକ୍ସନାରୀରେ ‘ଡର’ ନାମକ କୌଣସି ଶବ୍ଦ ନାହିଁ…
- ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳି ନ ପାରନ୍ତି ପନ୍ତ
- ଶେଷ ଟି୨୦ ମ୍ୟାଚରେ ହାରି ମଧ୍ୟ ସିରିଜ ଜିତିଲା ଟିମ ଇଣ୍ଡିଆ
- ଗଂଜାମରେ ବାତ୍ୟା ପରର ସ୍ଥିତି ବୁଲି ଦେଖୁଛି ବିଜେଡି ପ୍ରତିନିଧି ଦଳ, କାନ୍ଦି କାନ୍ଦି ଦୁଃଖ ଜଣାଉଛନ୍ତି ଲୋକ
- ହୃଦୟ ଜିଣିଲେ ଅହମ୍ମଦାବାଦର କଳାକାର, ଇଣ୍ଡିଆ ବୁକ ଅଫ୍ ରକେର୍ଡସରେ ପାଇଲେ ସ୍ଥାନ
Comments are closed.