Latest Odisha News

ଦୀପାବଳିରେ ସବୁଜ ବାଣ ବିକ୍ରି ହେବ ନା ନାହିଁ, କାଲି ରାୟ ଶୁଣାଇବେ ହାଇକୋର୍ଟ

ଭୁବନେଶ୍ବର : ଆସନ୍ତା ଗୁରୁବାର ଆସୁଛି ଦୀପାବଳି । ବାଣ ଫୁଟାଇବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆଉ କରୋନା ଭଳି ମହାମାରୀ ସମୟରେ ବାଣ ବିକ୍ରି ହେବ ନା ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର । ରାଜ୍ୟରେ ସବୁଜ ବାଣ ବିକ୍ରି ହେବ କି ନାହିଁ ସେନେଇ ଶନିବାରରୁ ଶୁଣାଣି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବାଣ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ଆସନ୍ତାକାଲି ଦିନ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ସମସ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯିବ ।

ସମସ୍ତ ରିପୋର୍ଟକୁ ତର୍ଜମା କରିବା ପରେ ଆସନ୍ତାକାଲି ଅପରାହ୍ନ ୨ଟାରେ ସବୁଜ ବାଣ ବିକ୍ରି ନେଇ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରିବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାବଳୀ ଓ କୋଭିଡ଼ ଗାଇଡଲାଇନକୁ ଗୁରୁତ୍ବ ଦେବାକୁ କହିଥିଲେ କୋର୍ଟ । ଅନ୍ୟପଟେ ଦୀପାବଳିରେ ବାଣ ଫୁଟିଲେ କରୋନା ବଢ଼ିବାର ସମ୍ଭାବନା ରହିଛି ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ତେଣୁ କରୋନା ସମୟୟରେ ବାଣ ନଫୁଟାଇବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Comments are closed.