Latest Odisha News

BREAKING NEWS

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହୃଦରୋଗ ଚିକିତ୍ସା

ନବରଙ୍ଗପୁର: ନବରଙ୍ଗପୁରବାସୀଙ୍କ ପାଇଁ ଖୁସୀ ଖବର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହୃଦ ରୋଗ ଚିକିତ୍ସା। ଏଥିପାଇଁ ଆବଶ୍ୟକୀୟ ମେସିନ୍‌ କଣିଯିବା ସହ ଓ ଡାକ୍ତର ନିଯୁକ୍ତ କରାଯାଇଛି। ହୃଦରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ରର ଦୁଇ ଦିନ ଶୁକ୍ରବାର ଓ ଶନିବାର ହୃଦରୋଗ ସମ୍ପର୍କିତ ଚିକିତ୍ସା କରିବେ ବୋଲି କହିଛନ୍ତି।

ହୃଦ ରୋଗର ଚିକିତ୍ସା କରିବା ପାଇଁ ଆବଶ୍ୟକ ହେଉଥିବା ଇକୋ ମେସିନର ଡାକ୍ତରଖାନା ଅଣାଯାଇଛି। ଜିଲ୍ଲା କର୍ପସ ଫଣ୍ଡରୁ ଏହି ଇକୋ ମେସିନ କିଣାଯାଇଥିବା ସୂଚନା ମିଳିଛି।। ତେବେ କେବଳ ଶୁକ୍ରବାର ଓ ଶନିବାର ଡାକ୍ତର ଚନ୍ଦନ ଦାଶ ଡାକ୍ତରଖାନା ଆସି ରୋଗୀ ଦେଖିବେ। ବାକି ଦିନମାନଙ୍କରେ ସେ ଫୋନ୍‌ ଯୋଗେ ରୋଗୀଙ୍କୁ ପରାମର୍ଶ ଦେବେ ବୋଲି ଚନ୍ଦନ କୁମାର କହିଛନ୍ତି।

ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ଏହି ସୁବିଧାନ ଥିବାରୁ ଲୋକେ ପୋଡ଼ୋଶୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଡାକ୍ତରଖାନା ଯାଉଥିଲେ। ତେବେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଉପବବ୍ଧ ହେବା ପରେ ଜିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.