Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର, ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି କାଳବୈଶାଖୀ ବର୍ଷା । ହେଲେ ତାତିରୁ ମିଳିନି ତ୍ରାହି । ଆଜି ରାଜ୍ୟର ୫ଟି ସହର ରହିଛି ୪୦ ଡିଗ୍ରୀ ଉପରେ । ୪୧ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୩.୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୨.୫, କଟକରେ ୩୭.୬, ପାରାଦୀପରେ ୩୨, ଭୁବନେଶ୍ବରରେ ତାପମାତ୍ରା ୩୪.୮, ଗୋପାଳପୁର ୩୩.୨, ପୁରୀରେ ୩୩.୪, ଅନୁଗୁଳ ୩୮.୧, ବାରିପଦା ୩୫.୬, ଝାରସୁଗୁଡ଼ା ୩୯.୪, କେନ୍ଦୁଝର ୩୨.୬, ସମ୍ବଲପୁର ୩୮.୨, ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୩୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ତାଳଚେରରେ ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ, ଭବାନୀପାଟଣାରେ ୩୯.୫, ବଲାଙ୍ଗିରରେ ୪୦, କୋରାପୁଟରେ ୩୪.୫, ଫୁଲବାଣୀରେ ୩୮, ମାଲକାନଗିରିରେ ୩୬, ସୋନପୁରରେ ୩୯.୮, ଦାରିଙ୍ଗବାଡିରେ ୩୪, ନୟାଗଡ଼ ୩୬, ଛତ୍ରପୁରରେ ୩୪, ପାରଳାଖେମୁଣ୍ଡିରେ ୩୫.୫ ଓ ରାୟଗଡ଼ାରେ ୩୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.