Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ବର : ରାଜ୍ୟରେ ତାତି କରୁଛି କଳବଲ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେଲାଣି ରାଜ୍ୟ । ଫଳରେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି । ଗୋଟିଏ ପଟେ ପାରଦ ବଢ଼ି ଚାଲିଥିବା ବେଳେ, ଆଜି ୪୦ ଉପରେ ରହିଛି ରାଜ୍ୟର ୯ ସହର । ବୌଦ୍ଧ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ଏଠାରେ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦.୪, ବଲାଙ୍ଗିରରେ ୪୦.୪, ସୋନପୁରରେ ୪୦.୨ ଓ ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବାରିପଦା, ଟିଟଲାଗଡ଼, ମାଲକାନାଗିରି ଓ ନୟାଗଡ଼ରେ ପାରଦ ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାତି ବଢ଼ିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ସେହିପରି ଅନ୍ୟ ଜିଲ୍ଲାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.