Latest Odisha News

BREAKING NEWS

ଫିଟ ମ୍ୟାନ ମିଲିନ୍ଦଙ୍କୁ ବି କରୋନା

ମୁମ୍ବାଇ: ବଲିଉଡର ଫିଟମ୍ୟାନ ଭାବେ ବିବେଚିତ ମିଲିନ୍ଦ ସୋମନ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଅନୁଭବ କରିବାରୁ ସେ ନିଜ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଛି । ସୋସିଆଲ ମିଡିଆରେ ମିଲିନ୍ଦ ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମୁଁ ଏବେ କ୍ୱାରେଂଟାଇନରେ ରହିଛି । ଯଦି କିଏ ମୋ ସଂସ୍ପର୍ଶରେ ଆସିଛ ତାହାହେଲେ ନିଜର ଟେଷ୍ଟ କରାଇ ନିଅ ବୋଲି ସେ କହିଛନ୍ତି ।

ମୁଁ ସୁସ୍ଥ ଅଛି ଏବଂ କୌଣସି ଚିନ୍ତାଜନକ କାରଣ ନାହିଁ ବୋଲି ସେ କହିଛନ୍ତି । ବଲିଉଡରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅମୀର ଖାଁ, ଆର.ମାଧବନ, ରଣବୀର କାପୁର, ମନୋଜ ବାଜେପୟୀଙ୍କ ପରି କଳାକାର ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.