Latest Odisha News

BREAKING NEWS

୪୦ ଡିଗ୍ରୀ ପାର କଲା ଦୁଇଟି ଜିଲ୍ଲା

ଭୁବନେଶ୍ୱର: ସାରା ରାଜ୍ୟରେ ଖରା ତା’ ସାଙ୍ଗକୁ ଅସହ୍ୟ ତାତି ବଢିବାରେ ଲାଗିଛି । ଆଜି ରାଜ୍ୟର ୨ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିଛି। ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲ୍ଲା ହୋଇଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାରେ ୪୦ ଡିଗ୍ରି ରେକର୍ଡ କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବାଲେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରି, ଚାନ୍ଦବାଲିରେ ୩୫.୨, କଟକରେ ୩୭.୮, ପାରାଦୀପରେ ୩୨.୨, ଭୁବନେଶ୍ୱରରେ ୩୬.୨, ଗୋପାଳପୁରରେ ୩୧.୦, ପୁରୀରେ ୩୨.୬, ଅନୁଗୁଳରେ ୩୮.୭, ବାରିପଦାରେ ୩୭.୫, ଝାରସୁଗୁଡ଼ାରେ ୩୯.୨, କେନ୍ଦୁଝରରେ ୩୬.୭ ଡିଗ୍ରି, କେନ୍ଦୁଝରରେ ୩୬.୭, ସମ୍ବଲପୁରରେ ୩୯.୧, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୯, ତାଳଚେରରେ ୩୮.୦, ଭବାନୀପାଟଣାରେ ୩୯.୪, କୋରାପୁଟରେ ୩୬.୫, ଫୁଲବାଣୀରେ ୩୭.୬, ଟିଟିଲାଗଡ଼ରେ ୩୯.୬, ମାଲକାନଗିରିରେ ୩୬.୫, ସୋନପୁରରେ ୩୯.୨, ଦାରିଙ୍ଗବାଡ଼ିରେ ୩୫.୫, ନୟାଗଡ଼ରେ ୩୯.୦, ଛତ୍ରପୁରରେ ୩୨.୦, ପାରଳାଖେମୁଣ୍ଡିରେ ୩୫.୫, ରାୟଗଡ଼ାରେ ୩୬.୧, ଭଦ୍ରକରେ ୩୭.୬ ଓ ଯାଜପୁରରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି।

Comments are closed.