Latest Odisha News

BREAKING NEWS

ରାଜ୍ୟରେ ୩ ଦିନ ଗ୍ରୀଷ୍ମ ଲହରି, ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଡେଉଁଛି ପାରଦ । ବଢ଼ୁଛି ତାତି । ଖରା ଅସ୍ତବ୍ୟସ୍ତ କଲାଣି । ଗ୍ରୀଷ୍ମ ଲହରି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଆଜିଠୁ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିବ ତାତି । ହିଟୱେଭ୍ ନେଇ ୱାର୍ଣ୍ଣିଂ ଜାରି ହୋଇଛି ।

ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆଗକୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଆଗାମୀ ତିନି ଚାରି ଦିନରେ ବିଭିନ୍ନ ଜିଲ୍ଲାର ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ ଯାଏ ବଢ଼ିପାରେ ।

ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗିର, ସୋନପୁର ଓ ବରଗଡ଼ ଜିଲ୍ଲାକୁ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହିଟ୍ ଓ୍ୱେଭେ ଜାରି ରହିବ ।

ସେହିପରି ୩୧ ଓ ଏପ୍ରିଲ ୧ ତାରିଖ ପାଇଁ ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୋଳ, କଳାହାଣ୍ଡି ଓ ସମ୍ୱଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଗତକାଲି ୫ ଜିଲ୍ଲା ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ବାରିପଦାରେ ପାରଦ ୪୧ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଗ୍ରୀଷ୍ମ ପ୍ରବାହ ବେଳେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଅତି ଜରୁରୀ କାମ ନଥିଲେ ପଦାକୁ ବାହାରିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.