Latest Odisha News

BREAKING NEWS

ବୀଭତ୍ସ ହତ୍ୟା: ଯୁବକଙ୍କ ମୁଣ୍ଡକୁ ଶାବଳରେ ପିଟିପିଟି ମାରିଦେଲା ଅଭିଯୁକ୍ତ

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟା

ବାଲେଶ୍ୱର: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଶାବଳରେ ପିଟି ପିଟି ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ପଣ୍ଡା । ସେ ରାସ୍ତାକାମରେ ନିୟୋଜିତ ଠିକାଦାରଙ୍କ ସଂସ୍ଥାରେ ସୁପରଭାଇଜର ଭାବରେ କାମ କରୁଥିଲେ ।

ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଟାଉନ୍ ଥାନା ନିକଟରେ ଡ୍ରେନ୍ କାମ୍ ଚାଲୁଥିଲା । ରାକେଶ ସେଠାରେ ଦେଖାଶୁଣା କରୁଥିଲେ । ରାତି ପ୍ରାୟ ୧ଟା ବେଳେ ମାଧବ ପାଢୀ ନାମକ ଯୁବକ ସେଠାରେ ରାକେଶଙ୍କୁ ଚାନ୍ଦା ମାଗିଥିଲେ ।

ରାକେଶ ଟଙ୍କା ଦେଇ ନଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା । ଏହାପରେ ଶାବଳରେ ମାଧବ ରାକେଶଙ୍କୁ ମୁଣ୍ଡକୁ ପାହାର ଉପରେ ପାହାର ପକାଇଥିଲେ । ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହାପରେ ଅଭିଯୁକ୍ତ ମାଧବ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଅଧିକ ଖୋଳତାଡ ଚଳାଇଛି ପୋଲିସ ।

Leave A Reply

Your email address will not be published.