Latest Odisha News

ଆଜିଠୁ ଦୁଇ ଦିନ ତାତିରେ ସନ୍ତୁଳି ହେବ ଓଡ଼ିଶା, ୨୦ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ବଢୁଛି ପାରଦ । ଅସହ୍ୟ ତାତିରେ ଝଟପଟ ହେଉଛି ଓଡ଼ିଶା । ମାର୍ଚ୍ଚରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ଆଜିଠୁ ଦୁଇ ଦିନ ରାଜ୍ୟର ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ।
ଆସନ୍ତା ୨ ତାରିଖ ସକାଳ ଯାଏ ଏସବୁ ଜିଲ୍ଲାକୁ ଗ୍ରୀଷ୍ମ ଲହରି ପାଇଁ ସତର୍କତା ଜାରି ହୋଇଛି । ରାଜସ୍ଥାନ ପଟୁ ରାଜ୍ୟକୁ ତତଲା ପବନ ଆସୁଛି । ଅନ୍ୟପକ୍ଷରେ ସାମୁଦ୍ରିକ ପବନ ରାଜ୍ୟକୁ ଆସୁନି । ଫଳରେ ବଢୁଛି ତାତି । ଆସନ୍ତାକାଲି ଯାଏ ରାଜ୍ୟର ବିଭିନିନ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । କିଛି ସ୍ଥାନରେ ଏହା ୪୪ ଡିଗ୍ରୀ ବି ଛୁଇଁପାରେ । ଆସନ୍ତା ୨ ତାରିଖ ପରେ ତାତି ସାମାନ୍ୟ କମିବା ସମ୍ଭାବନା ରହିଛି ।

BjdElectrycity

ଗତକାଲି ବାରିପଦା ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଯାହାକି ୧୯୮୦ ମସିହା ପରେ ପ୍ରଥମ ଥର ମାର୍ଚ୍ଚ ମାସରେ ରାଜ୍ୟର କୌଣସି ସହରରେ ତାପମାତ୍ରା ସର୍ବାଧିକ । କୁହାଯାଉଛି ଚଳିତବର୍ଷ ଶିମିଳିପାଳ ଜଙ୍ଗଲ ନିଆଁ ଯୋଗୁ ଅଚାନକ ବାରିପଦାରେ ଏଭଳି ତାପମାତ୍ରା ବୃଦ୍ଧି ହୋଇଛି । ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ସେଥିରୁ ୬ଟି ସହରରେ ୪୨ ଡିଗ୍ରୀ ଉପରେ ଥିଲା ତାତି ।

Leave A Reply

Your email address will not be published.