ଭୁବନେଶ୍ୱର: ଗୁଳୁଗୁଳିରେ ନୟାନ୍ତ ରାଜ୍ୟବାସୀ। ଆଗାମୀ ତିନି ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ହୋଇପାରେ। ୫ ଓ ୬ ତାରିଖରେ ବି ଅସମ୍ଭାଳ ତାତିରୁ ନିସ୍ତାର ମିଳିବନି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଜଗତସିଂହପୁର ଓ ପୁରୀରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ। ଗୁରୁବାର ଓ ଶୁକ୍ରବାର ମଧ୍ୟ ଗ୍ରୀଷ୍ମପ୍ରବାହ ରହିପାରେ। ଏହି ତିନି ଦିନ କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ମଙ୍ଗଳବାର ଦିନରେ ପ୍ରବଳ ଗରମ ପରେ ଅପରାହ୍ନରେ ରାଜଧାନୀରେ ନିର୍ଧୁମ ବର୍ଷା ହୋଇଛି। ମାତ୍ର ଘଣ୍ଟାଏ ଭିତରେ ପ୍ରାୟ ୬୦ମିମି ବର୍ଷା ହୋଇଥିଲା। ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଥିଲା। ସହରର ଗଳିକନ୍ଦି ଓ ପ୍ରମୁଖ ରାସ୍ତାରେ ପାଣିର ସୁଅ ଚାଲିଥିଲା। ଅନ୍ୟପକ୍ଷେ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଥିଲା।
Comments are closed.