Latest Odisha News

ସପ୍ତାହକ ପରେ ପୁଣି ଲେଉଟିବ ତାତି !

ଭୁବନେଶ୍ୱର: ଓଡ଼ିଶାରେ ଗତ ୪୮ ଘଣ୍ଟା ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟି ତାପମାତ୍ରା ଯଥେଷ୍ଟ ଭାବେ ହ୍ରାସ ପାଇଛି । ମାତ୍ର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ, ଗୋଟିଏ ସପ୍ତାହ ପରେ ତାପମାତ୍ରା ବୃଦ୍ଧି ଘଟିବାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗତ ଦୁଇ ଦିନ ଧରି ଅସହ୍ୟ ତାତି ଅନୁଭୁତ ହେଉଥିବା ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ୪୦ ଡ଼ିଗ୍ରୀରୁ କମ୍ ତାପମାତ୍ରା ରହିଛି । ତାପମାତ୍ରା ଏଠାରେ ଯଥେଷ୍ଟ ହ୍ରାସ ଘଟି ୪୦ ଡ଼ିଗ୍ରୀରୁ କମ୍ ରହିଛି ।

ରାଜ୍ୟର ଅନ୍ୟ ଯେଉଁସବୁ ସହର ଗୁଡ଼ିକର ତାପମାତ୍ରା ୪୦ ଡ଼ିଗ୍ରୀ ପାଖାପାଖି ରହିଛି ସେହି ସ୍ଥାନଗୁଡ଼ିକ ହେଲା – ସୁନ୍ଦରଗଡ଼ (୩୯), ମାଲକାନଗିରି (୩୮.୫), ଟିଟିଲାଗଡ଼ (୩୮.୫) ଏବଂ ଭବାନୀପାଟଣା (୩୮) ଡ଼ିଗ୍ରୀ ସେଲସିୟସ ।

ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ୱରରେ ଅପେକ୍ଷାକୃତ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ୩୫.୪ ଏବଂ କଟକର ତାପମାତ୍ରା ୩୭.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।

ତେବେ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଉପକୂଳବର୍ତ୍ତୀ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି ସହିତ ପବନ ଏବଂ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.