Latest Odisha News

BREAKING NEWS

ଭାଷଣ ଦେଉଥିଲା ବେଳେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା, ଭାଇରାଲ୍ ହେଲା ଭିଡ଼ିଓ…

ଗାନ୍ଧୀନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଶୁକ୍ରବାର ଦିନ ଏକ ସଭାରେ ଭାଷଣ ଦେଉଥିଲା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ । ଏହି ଦୃଶ୍ୟର ଭିଡ଼ିଓ କ୍ଲିପ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ସୂଚନାନୁଯାୟୀ, ଗୁଜରାଟର ସୁରେନ୍ଦ୍ରନଗର ବଡ଼ାବାନଠାରେ ଏହି ଘଟଣା ଘଟିଛି । ଏହି ଭିଡ଼ିଓରେ ଥିବା ଦୃଶ୍ୟ ଅନୁଯାୟୀ ହାର୍ଦ୍ଦିକ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ନିର୍ଘାତ ଚାପୁଡ଼ା ମାରିଥିଲେ । ତେବେ ମଞ୍ଚାସୀନ ବ୍ୟକ୍ତିମାନେ ଚାପୁଡ଼ା ମାରିଥିବା ଲୋକଟିକୁ ମଧ୍ୟ ମାଡ଼ ମାରିଛନ୍ତି ।

ତେବେ ଲୋକଙ୍କ ଦ୍ୱାରା ମାଡ଼ ଖାଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକଙ୍କ ସମ୍ପର୍କରେ ଜଣାପଡ଼ିଛି । ସେ ହେଉଛନ୍ତି ତରୁଣ ଗଜ୍ଜର ଏବଂ ପୂର୍ବରୁ ହାର୍ଦ୍ଦିକଙ୍କ ଉପରେ ରାଗଥିଲା । ଗୁଜରାଟରେ ବାରମ୍ବାର ହରତାଳ କରି ବନ୍ଦ କରୁଥିବା ଯୋଗୁଁ ଦିନେ ତରୁଣ ହଇରାଣ ହରକତ ହୋଇଥିଲେ । ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ପ୍ରସବଜନିତ ବେଦନା ବେଳେ ବନ୍ଦ ଯୋଗୁଁ ଡ଼ାକ୍ତରଖାନା ଯିବାକୁ ତାଙ୍କୁ କଷ୍ଟକର ହୋଇପଡ଼ିଥିଲା । ତେଣୁ ସେଦିନଠାରୁ ତରୁଣ ଶପଥ କରିଥିଲେ ସର୍ବସାଧାରଣରେ ହାର୍ଦ୍ଦିକଙ୍କୁ ଚାପୁଡ଼ା ମାରିବେ ।

Leave A Reply

Your email address will not be published.