Latest Odisha News

BREAKING NEWS

ସକାଳୁ ଛଟପଟ କଲାଣି ତାତି, ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା

ଭୁବନେଶ୍ୱର:ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି । ଛଟପଟ ହେଉଛନ୍ତି ରାଜ୍ୟବାସୀ । ହିଟ ୱେଭ ସକାଳ ୮ଟାରେ ବି ଅସ୍ତବ୍ୟସ୍ତ କରିଦେଉଛି । ଗତକାଲି ପଶ୍ଚିମ ଓଡ଼ିଶାରେ ସତେ ଯେମିତି ନିଆଁ ବର୍ଷା ହେଉଥିଲା । ଆଜି ବି ସେଥିରୁ ନିସ୍ତାର ନାହିଁ । ଆଜି ଓ ଆସନ୍ତାକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗର ପକ୍ଷରୁ କୁହାଯାଇଛି  । ଆଜି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରଖିଛି ପାଣିପାଗ ବିଭାଗ । ଆଗକୁ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ବି ରହିଛି  ।

 

ଆଜି ସକାଳ ସାଢେ ୮ଟାରୁ ତାତି ଅସହ୍ୟ ହେଲାଣି । ଆଜି ଦିନ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୨.୮ ଡ଼ିଗ୍ରୀ ଥିବାବେଳେ ଆଦ୍ରତା ୭୯% ଥିବା ରେକର୍ଡ କରାଯାଇଛି । ସେହିପରି ସକାଳ ୮.୩୦ ସୁଦ୍ଧା ପୁରୀରେ ଆଦ୍ରତା ୮୭%, ଗୋପାଳପୁରେ ୮୪%,  ଚାନ୍ଦବାଲିରେ  ୮୩%,  କେନ୍ଦୁଝରରେ ୮୦%,  ପାରାଦ୍ୱୀପରେ ୭୯%,  ବାଲେଶ୍ୱରରେ ୭୮%,  ହୀରାକୁଦରେ ୭୦% ପ୍ରତିଶତ ଏବଂ ସମ୍ବଲପୁରରେ  ୬୭% ଓ ଝାରସୁଗୁଡାରେ ୫୬% ରେକର୍ଡ କରାଯାଇଛି । ହିଟ ୱେଭକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

 

ସେହିପରି ଗତକାଲି ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟିଟଲାଗଡରେ ତାପମାତ୍ରା ୪୪, ଭୁବନେଶ୍ୱର ୩୮.୪ ଓ କଟକରେ ୩୭. ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।  ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବନିମ୍ନ ତାପାମାତ୍ର ୩୪.୭ ଓ ଗୋପାଳପୁରରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି ।

 

Comments are closed.