Latest Odisha News

BREAKING NEWS

ନିଶା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଜଣେ ଯୁବକ ଗୁରୁତର । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଗାଁରେ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ପାନବରଜ ଗ୍ରାମର ଛକ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାରେ ନିଶାଡୀ ମାନେ ପ୍ରତିଦିନ ସନ୍ଧ୍ୟାରେ ନିଶା ସେବନ କରୁଥିଲେ । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ପାନବରଜ ଗ୍ରାମର ଶେଖ ନସିମ (ବବୁଲ) ନାମକ ବ୍ୟକ୍ତିଙ୍କୁ ଭଲିଆବାଡି ଅଞ୍ଚଳର ସତ୍ୟରଞ୍ଜନ ପ୍ରଧାନ ( ରାଣା ) ନାମକ ବ୍ୟକ୍ତି ଗୁଳି ମାରିଥିଲା । ବବୁଲର ଡାହାଣ ପଟ ଛାତିରେ ଗୁଳି ବାଜିଛି ।

ବବୁଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି  ।

Leave A Reply

Your email address will not be published.