Latest Odisha News

BREAKING NEWS

ଆହୁରି ୨୪ ଘଣ୍ଟା ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶାର କିଛି ପଡ଼ୋଶୀ ରାଜ୍ୟ ତଥା ଝାଡ଼ଖଣ୍ଡର ସମୁଦ୍ର ପତ୍ତନର ୦.୯ କିମି ଉପର ଦେଇ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାର କିଛି ଅଞ୍ଚଳରେ ସାମାନ୍ୟ ବୃଷ୍ଟିପାତ ସହିତ ଝଡ଼ ପବନ ହେବାର ସମ୍ଭାବନା ରହିଛି । ଯେଉଁ ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଖୋର୍ଦ୍ଧା, କନ୍ଧମାଳ, କଟକ, ନୟାଗଡ଼, ଢେଙ୍କାନାଳ, ସମ୍ବଲପୁର, ମୟୂରଭଞ୍ଜ, ଦେଓଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା । ତେବେ ଏହି ସବୁ ଜିଲ୍ଲାରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ଟିଟିଲାଗଡ଼ ଲଗାତର ୨ୟ ଦିନ ପାଇଁ ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ଭାବେ ତାପମାତ୍ରା ରେକର୍ଡ଼ ହୋଇଛି । ଟିଟିଲାଗଡ଼ର ତାପମାତ୍ରା ଶନିବାର ଦିନ ରହିଥିଲା ୪୪.୬ ଡ଼ିଗ୍ରୀ ସେଲସିୟସ । ଅନ୍ୟ ଯେଉଁସବୁ ସ୍ଥାନରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ସେହି ସ୍ଥାନ ଗୁଡ଼ିକ ହେଲା – ଅନୁଗୁଳ (୪୧.୧), ଝାରସୁଗୁଡ଼ା (୪୪.୪), ୍େକନ୍ଦୁଝର (୪୧.୮), ସମ୍ବଲପୁର (୪୩.୫), ସୁନ୍ଦରଗଡ଼ (୪୨), ହିରାକୁଦ (୪୩.୨), ତାଳଚେର (୪୨.୧), ଭବାନୀପାଟଣା (୪୩.୫), ବଲାଙ୍ଗୀର (୪୪.୫), ମାଲକାନଗିରି (୪୧.୨) ଏବଂ ସୋନପୁର (୪୩.୪) ଡ଼ିଗ୍ରୀ ସେଲସିୟସ ।

ଏହା ବ୍ୟତୀତ ଅନ୍ୟ ଯେଉଁସବୁ ସହର ଗୁଡ଼ିକର ତାପମାତ୍ରା ୪୦ ଡ଼ିଗ୍ରୀ ପାଖାପାଖି ରହିଛି ସେହି ସ୍ଥାନଗୁଡ଼ିକ ହେଲା – ବାରିପଦା (୩୯), ବାଲେଶ୍ୱର (୩୮.୪) ଏବଂ ଚାନ୍ଦବାଲି (୩୯.୪) ଡ଼ିଗ୍ରୀ ସେଲସିୟସ ।

ଯଦିଓ ଟ୍ୱିନସିଟି କଟକ ଓ ଭୁବନେଶ୍ୱରର ତାପମାତ୍ରା ୪୦ ଡ଼ିଗ୍ରୀରୁ କମ୍ ରହିଥିଲା ମାତ୍ର ଏହି ଦୁଇଟି ସହରରେ ଅସହ୍ୟ ଗୁଳଗୁଳି ଯୋଗୁଁ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

Leave A Reply

Your email address will not be published.