Latest Odisha News

BREAKING NEWS

ୟୁନିସେଫ୍-ଆରୋଇ ରେଡିଓ ଫର ଚାଇଲ୍ଡ ଆୱାର୍ଡ: ‘ସୋଆ କମ୍ୟୁନିଟି ରେଡିଓ’କୁ ମିଳିଲା ଶ୍ରେଷ୍ଠ ଜିଙ୍ଗଲ୍ ସମ୍ମାନ

ଭୁବନେଶ୍ୱର: ୟୁନିସେଫ୍ ଦ୍ୱାରା ଆୟୋଜିତ ରେଡିଓ ଜଗତର ସ୍ୱତନ୍ତ୍ର ପୁରସ୍କାର ଉତ୍ସବ “ୟୁନିସେଫ୍ -ଆରୋଇ ରେଡିଓ ଫର ଚାଇଲ୍ଡ ଆୱାର୍ଡ”ତୃତୀୟ ସଂସ୍କରଣରେ ସମ୍ମାନିତ ହୋଇଛି ସୋଆ କମ୍ୟୁନିଟି ରେଡିଓ – ଭଏସ ଅଫ ସୋଆ କମ୍ୟୁନିଟି ୯୦.୪ ।

ଶିଶୁମାନଙ୍କର ନିୟମିତ ଟୀକାକରଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ହୋଇଥିବା କ୍ୟାମ୍ପେନ୍ ‘ମିଜଲ୍ସ ରୁବେଲା’କୁ ନେଇ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଜିଙ୍ଗଲ୍ ନିମନ୍ତେ ପୁରସ୍କୃତ କରାଯାଇଛି । ୟୁନିସେଫ୍- ଆରୋଇ ଏବଂ ରେଡିଓ ଫର୍ ଚାଇଲ୍ଡର ମିଳିତ ଆନୁକୂଲ୍ୟରେ ମୁମ୍ବାଇଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ଉତ୍ସବରେ ଚଳିତ ବର୍ଷ ପୁଣି ଥରେ ଆର୍ଜେ ଗୌର ଏବ ଆର୍ଜେ କେପିଙ୍କ ଦ୍ୱାରା ପ୍ରସ୍ତୁତ ‘ମିଜିଲ୍ସ ରୁବେଲା’ ଜିଙ୍ଗଲ୍ ଶ୍ରେଷ୍ଠ ମାନ୍ୟତା ପାଇଛି ।

ବଲିଉଡ୍ ଅଭିନେତ୍ରୀ ତଥା ୟୁନିସେଫର ସେଲିବ୍ରିଟି ଆଡଭୋକେଟ୍ କରୀନା କପୁର ଖାନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ । ମୁମ୍ବାଇ ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଆର୍ଜେ କେପି ଏବଂ ଆର୍ଜେ ଗୌର କରୀନା କପୁର ଖାନ୍ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଏହି ପୁରସ୍କାର ଉତ୍ସବ ପୂର୍ବରୁ ୨୦୧୮ରେ ୟୁନିସେଫ୍ ଏବଂ ଆରୋଇ ଦ୍ୱାରା ଭାରତର ପ୍ରାୟ ୪୦ଟି ଅଲ୍ଇଣ୍ଡିଆ ରେଡିଓ ଏବଂ ପ୍ରାଇଭେଟ ଏଫ୍ଏମ୍ ରେଡିଓର ପ୍ରଫେସନାଲଙ୍କୁ ନେଇ ୱାର୍କସପ୍ କରାଯିବା ସହ ରେଡିଓ ଆର୍ଜେ ମାନେ କିଭଳି ଶିଶୁମାନଙ୍କ ଟୀକାକରଣ ଏବଂ ଶିଶୁ ଯୌନ ଶୋଷଣକୁ ବନ୍ଦ କରିବା କ୍ଷେତ୍ରରେ ଅଧିକ ଜନହିତକାରୀ କାର୍ଯ୍ୟକ୍ରମ ପରିଚାଳନା କରିପାରିବେ, ଅଧିକ ବାର୍ତା ଦେଇପାରିବେ ଓ ରେଡିଓ ଜିଙ୍ଗଲ୍ସ ବନାଇପାରିବେ ସେ ନେଇ ଗୁରୁତ୍ୱ ଦିଆଯାଇଥିଲା ।

ସୋଆ କମ୍ୟୁନିଟି ରେଡିଓ ୯୦.୪ ସମ୍ମାନିତ ହେବା ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଆର୍ଜେ ଗୌର, ଆର୍ଜେ କେପି ଏବଂ ରେଡିଓ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୋଆ ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ।

ସାରା ଦେଶର ବିଭିନ୍ନ ରେଡିଓ ଷ୍ଟେସନ୍ ବିଶେଷ କରି ଅଲ୍ ଇଣ୍ଡିଆ ରେଡିଓ, ଏଫ୍ଏମ୍ ଷ୍ଟେସନ୍ ଏବଂ କମ୍ୟୁନିଟି ରେଡିଓ ଏହି ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ।

ଚଳିତବର୍ଷ ବିଭିନ୍ନ ବିଭାଗ ପାଇଁ ଏହି ପ୍ରତିଯୋଗିତାରେ ୧୫୨ଟି ଏଂଟ୍ରି ସ୍ଥାନ ପାଇଥିବା ବେଳେ ୨୬ ଟି ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.