Latest Odisha News

BREAKING NEWS

ରାଜ୍ୟରେ ଉପରମୁହାଁ ତାତି, ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ତାତି। ଦିନ ତାପମାତ୍ରା କ୍ରମଶଃ ବଢିଚାଲିଛି। ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରୀ ବଢ଼ିଛି। କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତି କମ୍‌ ରହୁଥିଲା। କିନ୍ତୁ ଏବେ ଖରା ବଢ଼ିବା ସହ ୨୯ରୁ ପୁଣି ଜଳାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ ତାପମାତ୍ରା।

ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ୩୯.୮ ଡିଗ୍ରୀ ଥିଲା। ଆସନ୍ତା ୨୯ ଓ ୩୦ ତାରିଖରେ ଗ୍ରୀଷ୍ମପ୍ରବାହ ହେବ। ଆସନ୍ତା ୪ରୁ ୫ ଦିନରେ ଓଡ଼ିଶା ସମେତ ଦେଶର ପୂର୍ବଭାଗରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେହିପରି ୨୯ରୁ ୩୧ ତାରିଖ ଭିତରେ କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ। ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୩୯ ଡିଗ୍ରୀ, ଟିଟିଲାଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ଯାଜପୁର, ଭୁବନେଶ୍ୱର, ଢେଙ୍କାନାଳ, ନୟାଗଡ. ଫୁଲବାଣୀ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ଅନୁଗୁଳରେ ତାତି ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.