Latest Odisha News

BREAKING NEWS

ଓଡିଶା ଛୁଇଁଲାଣି ମୌସୁମୀ ବାୟୁ, ହେଲେ କଲବଲ କରୁଛି ତାତି

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାକୁ ଛୁଇଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାତିରୁ ମିଳିଲାନି ଆଶ୍ବସ୍ତି । ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହକୁ ଅସହ୍ୟ ଗୁଳୁଗୁଳି । ତେବେ ଏହାକୁ ନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି, ମୌସୁମୀ ବାୟୁ ଓଡିଶା ଛୁଇଁଥିଲେ ମଧ୍ୟ ଆଗକୁ ଅଗ୍ରସର ହେବା ପାଇଁ କୌଣସି ଅନୁକୂଳ ସ୍ଥିତି ନାହିଁ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ମୌସୁମୀ ଅଗ୍ରସର ନ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ଏବେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି, ଯେଉଁ କାରଣରୁ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉଛି । ଆଗାମୀ ୫ ଦିନ ଉତ୍ତର ଓଡିଶା ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାପାରେ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।

ସୂଚନାଯୋଗ୍ୟ, ଏଥର ସମ୍ଭାବ୍ୟ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଗତ ୮ ତାରିଖରେ ଓଡିଶା ଛୁଇଁଥିଲା ମୌସୁମୀ ବାୟୁ । ଏହାର ପ୍ରଭାବରେ ମାଲକାନଗିରିର କିଛି ଅଞ୍ଚଳରେ ବର୍ଷା ହୋଇଥିବା ଦେଖାଦେଇଥିବା ବେଳେ ପୁଣି ରାଜ୍ୟରେ ଫେରିଛି ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ।

Leave A Reply

Your email address will not be published.