Latest Odisha News

BREAKING NEWS

ଜଳୁଛି ରାଜଧାନୀ; ସକାଳ ୮ଟାରେ ୩୧ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: କାଳ ବୈଶାଖୀର ଭୟ କମିଲା । ତାତି ବଢିଲା । ଏପ୍ରିଲ ଅଧାରୁ ସାରା ରାଜ୍ୟ ଗ୍ରୀଷ୍ମ ତାପରେ ଯେମିତି ସିଝିବାକୁ ଆରମ୍ଭ କଲାଣି । ସକାଳ ୮ଟାରୁ ଅସହ୍ୟ ହେଉଛି ତାତି  । ରାଜଧାନୀ ଭୁବନେଶ୍ୱରର ଅବସ୍ଥା ସାଂଘାତିକ । ସକାଳ ୮ଟାରେ ବି ପାରଦ ୩୧ ଡିଗ୍ରୀ ଛୁଇଁଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୭.୨ ଡ଼ିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡାରେ ୩୭.୨ ଡ଼ିଗ୍ରୀ, ଚାନ୍ଦବାଲିରେ  ୩୭ ଡ଼ିଗ୍ରୀ,  ବାଲେଶ୍ୱରରେ ୩୬ ଡ଼ିଗ୍ରୀ,  ସମ୍ବଲପୁରରେ ୩୬ ଡ଼ିଗ୍ରୀ,  ହୀରାକୁଦରେ ୩୫.୪ ଡ଼ିଗ୍ରୀ,  କେନ୍ଦୁଝରରେ ୩୫ ଡ଼ିଗ୍ରୀ, ପାରାଦୀପରେ ୩୨.୮ ଡ଼ିଗ୍ରୀ,  ଗୋପାଳପୁରରେ ୩୫ ଡ଼ିଗ୍ରୀ ଏବଂ  ପୁରୀରେ ତାପମାତ୍ରା ୩୪ ଡ଼ିଗ୍ରୀ ଛୁଇଁଛି ।

ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ -ଗରମ ବାୟୁ ପ୍ରଭାବରେ ଦିନମାତ୍ରାରେ ବୃଦ୍ଧି ପାଇବାର  ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ମଧ୍ୟ ଥିବା କୁହାଯାଇଛି । 

ଅନ୍ୟପକ୍ଷେ ଆଜି ବି ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି । ସେଥିପାଇଁ କନ୍ଧମାଳ, ଗଜପତି, ମୟୂରଭଂଜ, କେନ୍ଦୁଝର, ଳାହାଣ୍ଡି, କୋରାପୁଟ , ରାୟଗଡ଼ା, କନବରଙ୍ଗପୁର, ଏବଂ ମାଲକାନଗିରି ଆଦି ୯ଟି ଜିଲ୍ଲାକୁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.