Latest Odisha News

BREAKING NEWS

ସାଢେ ୨ଟା ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ସହର; ରାଜଧାନୀରେ ୩୯.୪ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର: ଆଜି କଲବଲ କରିଛି ଖରା । ସାରା ରାଜ୍ୟ ଆଜି ପ୍ରଚଣ୍ଡ ଗରମ ହାୱାରେ ସୁଝୁଛି ।  ଆଞ୍ଚଳିକ ପାଣିପାଗ ବିଭାଗ ଭବନେଶ୍ୱର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଅପରାହ୍ନ  ୨ଟା ୩୦ ସୁଦ୍ଧା ଝାରସୁଗୁଡା ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।  ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଗତକାଲି ତୁଳନାରେ ଆଜି ରାଜଧାନୀ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜି ଅପରାହ୍ନ ୨.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ର ୩୯.୪ ଥିଲା ।

BjdElectrycity

ଆଜି ରାଜ୍ୟର ୩ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ଅନ୍ୟ ସହରଗୁଡିକ ଭିତରେ ସମ୍ବଲପୁର ୪୧.୮, ହୀରାକୁଦ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚାନ୍ଦବାଲି ୩୯.୬, କେନ୍ଦୁଝର ୩୮, ବାଲେଶ୍ୱର ୩୭.୨, ପୁରୀରେ ୩୫.୨ ଡ଼ିଗ୍ରୀ ଗୋପାଳପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ କରି ସୂଚନା ଦେଇଛି ।

ଆଇଏମଡି ପକ୍ଷରୁ ପାଣିପାଗର ପୂର୍ବାନୁମାନ କରି କୁହାଯାଇଛି, ଆସନ୍ତା ୨ ଦିନ ତାତି ପୁଣି ବଢିବ । ପାରଦ ୨ରୁ ୩ ଡିଗ୍ରୀ ଉପରକୁ ଉଠିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଦିନମାନଙ୍କରେ ତାପମାତ୍ରା ୪୦ ଡିଗ୍ରୀ ଟପିବାର ଆଶଙ୍କା ରହିଛି ।

ଏ ନେଇ ରାଜ୍ୟର କେତେକ ସ୍ଥାନରେ ୧୬ ତାରିଖ ପର୍ଯ୍ୟନ୍ତ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା  ସୁନ୍ଦରଗଡ, କେନ୍ଦୁଝର ମୟୂରଭଞ୍ଜ ଓ ବାଲେଶ୍ୱର । ନିହାତି ଦରକାର ନ ପଡିଲେ ଲୋକଙ୍କୁ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଘରୁ ନ ବାହାରବାକୁ କୁହାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତୁ ସ୍କୁଲ ବନ୍ଦ କରି ଦିଆଯାଇଛି ।

 

 

Leave A Reply

Your email address will not be published.