Latest Odisha News

BREAKING NEWS

ରାଜଧାନୀରେ ୪୨ ଟପିଲା ତାପମାତ୍ର; ଆହୁରି ୨ ଦିନ କଲବଲ କରିବ ଗ୍ରୀଷ୍ମଲହରୀ

ଭୁବନେଶ୍ୱର:ରାଜଧାନୀ ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ । ପୂର୍ବାହ୍ନ ୧୧ଟାରୁ ତାପମାତ୍ରା ୪୦ ପାର କରିଛି । ସକାଳ ସାଢ ୮ଟା ସୁଦ୍ଧା ରାଜଧାନୀ ଭବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରୀ ଥିଲା । ଏହାପରେ ତାପମାତ୍ରା ବୃଦ୍ଧି ପାଇ ପୂର୍ବାହ୍ନ ସାଢେ ୧୧ଟା ବେଳକୁ ୪୦.୪ ରେ ପହଞ୍ଚିଥିଲା ।  ତାପରେ ଅସହ୍ୟ ହୋଇଥିବା ଗ୍ରୀଷ୍ମର ତାପ । ଅପରାହ୍ନ ସାଢେ ୨ଟା ବେଳେ ତାପମାତ୍ରା ୪୨.୨ ଡିଗ୍ରୀ ଛୁଇଁଲଥିଲା ।

ଆଜି ପୂର୍ବାହ୍ନ ସାଢେ ୧୧ଟାରେ  ଝାରସୁଗୁଡା ତାପମାତ୍ର ୪୦.୨ ଡ଼ିଗ୍ରୀ ଥିବାବେଳେ କେନ୍ଦୁଝରର ୩୯.୨ ଡ଼ିଗ୍ରୀ,  ସମ୍ବଲପୁରର ୩୮.୬ ଡ଼ିଗ୍ରୀ ହୀରାକୁଦ,  ୩୭.୪ ଡ଼ିଗ୍ରୀ,  ଚାନ୍ଦବାଲିର ୩୭.୦ ଡ଼ିଗ୍ରୀ,  ବାଲେଶ୍ୱରର ୩୬.୪ ଡ଼ିଗ୍ରୀ,  ଗୋପାଳପୁରର ୩୪.୬ଡ଼ିଗ୍ରୀ,  ପୁରୀର ୩୪.୨ ଡ଼ିଗ୍ରୀ,  ପାରାଦୀପର ତାପମାତ୍ରା ୨୮.୦ ଡ଼ିଗ୍ରୀ ଥିଲା ।

ଅନ୍ୟପକ୍ଷେ ଆସନ୍ତା  ୨ ଦିନ ରାଜ୍ୟବାସୀଙ୍କୁ ତତଲା ହାୱା କଲବଲ କରିବ ବୋଲି ପୂର୍ବାନୁମାନ କରିଛି  ଆଞ୍ଚଳିକ ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାକୁ ଆଗାମୀ ୨ ଦିନ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ  ଜାରି ହୋଇଛି । ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା , ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ ବୌଦ୍ଧକୁ ୟେଲାେ ୱାର୍ଣ୍ଣିଂ  ଜାରି କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଏଭଳି ତାତି ରହିବ ବୋଲି କହିଛି ବିଭାଗ ।

୨୦ ଓ ୨୧ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ,  ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଥିବାରୁ ଗୁଳୁଗୁଳି ହେଉଛି । ୨୧ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଶ୍ରୀ ଦାସ ।

Comments are closed.