Latest Odisha News

BREAKING NEWS

ରାଜ୍ୟରେ କଲବଲ କରୁଛି ତାତି: ୪୫ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର: ଉପାନ୍ତରୁ ଊପକୂଳ ସବୁଠି କଲବଲ କରୁଛି ତାତି। ୪୨.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର। ବର୍ତ୍ତମାନ ରାଜ୍ୟ ମଧ୍ୟକୁ ବାୟୁମଣ୍ଡଳର ମଧ୍ୟ ଭାଗରୁ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଜଳୀୟବାଷ୍ପର ମାତ୍ରା କମିବା ସହ କାଳବୈଶାଖୀ ପ୍ରଭାବ କମ ରହୁଛି। ଫଳ ସ୍ୱରୂପ ତାପମାତ୍ରାରେ ବୃଦ୍ଧି ସହ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି।

ଅନ୍ୟପକ୍ଷରେ ୨୦ ତାରିଖରୁ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି। ପ୍ରଭାବରେ, ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଵୃଦ୍ଧି ସହ ତାପମାତ୍ରା ବୃଦ୍ଧି ପ୍ରକ୍ରିୟା ଆହୁରି ପ୍ରଶମିତ ହେବାର ସମ୍ଭାବନା ରହିଛି। ଫଳରେ ପଶ୍ଚିମ ଓଡ଼ିଶାରେ ୨୧-୨୨ ତାରିଖ ବେଳକୁ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁବା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୪ ଦିନ ଅସହ୍ୟ ଖରା ଗରମ ନେଇ ପୂର୍ବାନୁମାନ କରାଯାଇଛି।

Comments are closed.