ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଫଳରେ ତାତିରେ ଲାଗିଛି ବ୍ରେକ। ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ହେଲେ ଏବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ରାଜ୍ୟକୁ ପୁଣି ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ। ୭ ତାରିଖ ପରେ ୨ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଅସମ୍ଭାଳ ତାତି ଅନୁଭବ ହେବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀର ତାଣ୍ଡବ ଜାରି ରହିବ। ଆଗାମୀ ୭ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ,ଗଞ୍ଜାମ, ଗଜପତିରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ସମ୍ଭାବନା ଦେଇଛି ବିଭାଗ। ଆସନ୍ତା ୫ ମେ ପାଇଁ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶା କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହେଇଛି। ୬ ମେ’ରେ ମଧ୍ୟ ଅଧା ଓଡ଼ିଶା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ହେଲେ ଏହା ପରେ ପୁଣି ଫେରିବ ତାତି। ପ୍ରଚଣ୍ଡ ଖରା ହେବ। ଅସହ୍ୟ ଗରମରେ ଜଳିବ ଓଡିଶା।
Comments are closed.