Latest Odisha News

BREAKING NEWS

ହୋଲିରେ ନାକେଦମ କରିବ ଗରମ: ୧୭ ଯାଏ ତାତିରୁ ନିସ୍ତାର ନାହିଁ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି। ଭୀଷଣ ଖରା ଚାଲିଛି। ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ, କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର ବିଶେଷ ଯତ୍ନ ନେବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ପଦାକୁ ଯାଆନ୍ତୁ ନାହିଁ । ହାଲୁକା ପୋଷାକ ପିନ୍ଧନ୍ତୁ । ପ୍ରଚୁର ପାଣି, ସରବତ ଏବଂ ଓଆର୍‌ଏସ୍‌ ପିଅନ୍ତୁ । ମଦ, ଚା’ ଓ କଫି ଆଦି ପାନୀୟ ପିଅନ୍ତୁ ନାହିଁ । ଅସହ୍ୟ ତାତି ନେଇ ଏଭଳି ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ପାଇଁ ଚିଠି କରାଯାଇଛି ।

୧୭ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଉଷ୍ମ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ହିଟ ୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କନ୍ଧମାଳ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିବ ।

ସେହିପରି ଗତକାଲି ରାଜଧାନୀ ଭୁବନେଶ୍ବର ତାପମାତ୍ରା ପ୍ରଥମ ଥର ପାଇଁ ୩୭ ଡିଗ୍ରି ଅତିକ୍ରମ କରି ୩୭.୪ ଡିଗ୍ରିରେ ପହଞ୍ଚିଥିଲା । ଅନ୍ୟ ସହରଗୁଡ଼ିକର ତାପମାତ୍ରା ମଧ୍ୟ ହୁ ହୁ ହୋଇ ବଢ଼ିବା ସହ ଅପରାହ୍ଣ ୩ଟା ବେଳକୁ ଝାରସୁଗୁଡ଼ାରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରିରେ ପହଞ୍ଚିଥିଲା । ଝାରସୁଗୁଡ଼ା ସମେତ ୧୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରକୁ ଚାଲିଯାଇଥିଲା । ସେଥିମଧ୍ୟରୁ ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ପହଞ୍ଚିଥିଲା। ବୌଦ୍ଧରେ ୪୦.୮, ବଲାଙ୍ଗୀରରେ ୪୦.୪, ଭଦ୍ରକରେ ୪୦.୧, ଟିଟିଲାଗଡ଼ ଓ ହୀରାକୁଦରେ ୪୦.୧, ବାରିପଦା, ସମ୍ବଲପୁରରେ ୪୦, ପା‌ରଳା‌ଖେମୁଣ୍ଡିରେ ୩୯.୯, ଅନୁଗୁଳ ଓ ସୋନପୁରରେ ୩୯.୭, ସୁନ୍ଦରଗଡ଼ରେ ୩୯.୬, ରାଉରକେଲା, ଢେଙ୍କାନାଳ ଓ ଭବାନୀପାଟଣାରେ ୩୯.୫ ଡିଗ୍ରି ରହିଥିଲା ।

Leave A Reply

Your email address will not be published.