Latest Odisha News

BREAKING NEWS

ପ୍ରବଳ ବର୍ଷା ଆଶଙ୍କା: ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ଅନେକାଂଶ ସ୍ଥାନରେ ଏବେବି ବର୍ଷା ଜାରି ରହିଛି । ଏହା ବ୍ୟତିତ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପୁଣିଥରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଧିରେଧିରେ ଲଘୁଚାପର ରୂପ ନେଉଥିବା ସୂଚନା ମିଳୁଛି ।

ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳର ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଚଂଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପାଖାପାଖି ୧୧ଟି ଜିଲ୍ଲାକୁ ସର୍ତକ ସୂଚନା ଜରି କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଢେଙ୍କାନାଳ, ଭଦ୍ରକ, ମୟୁରଭଞ୍ଜ, ଜଗତସିଂହପୁର, ଗଞ୍ଜାମ ଓ ନୟାଗଡ ରହିଛି ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ଝଡ ତୋଫାନ ଓ ବଜ୍ରପାତର ଆଶଙ୍କା ମଧ୍ୟ କରାଯାଉଛି ଏଥିସହିତ ଆଗାମୀ ୩ରୁ ୪ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ଜଣାପଡିଛି ।

Leave A Reply

Your email address will not be published.