Latest Odisha News

BREAKING NEWS

କେରଳ ବନ୍ୟା: ଫସି ରହିଛନ୍ତି ୨୦ଜଣ ଓଡ଼ିଆ, ଉଦ୍ଧାର ଲାଗି ରାଜ୍ୟ ସରକାରଙ୍କୁ ନିବେଦନ

ଭୁବନେଶ୍ୱର/ସୁବର୍ଣ୍ଣପୁର : କେରଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୭୦କୁ ବୃଦ୍ଧି ପାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ୫ କୋଟି ଟଙ୍କା ଏବଂ ୮ କୋଟି ଟଙ୍କାର ୫୦୦ ମେଟ୍ରିକ ଟନ୍ ପଲିଥିନ୍ ସିଟ୍ କେରଳ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରାୟ ୨୦ ଜଣ ଓଡ଼ିଆ ଏହି ଭୟଙ୍କର ବନ୍ୟାରେ ଫସିରହିଛନ୍ତି ଏବଂ ଓଡ଼ିଶା ସରକାରଙ୍କୁ ସେଠାରୁ ଉଦ୍ଧାର କରିବା ନେଇ ନିବେଦନ କରିଛନ୍ତି ।

ତେବେ ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ଟିକିରାପଡ଼ାର ‘ନ୍ୟୁ ଲାଇଫ’ ପ୍ରଡ୍ୟୁସର ଗ୍ରୁପର ୨ଜଣ କର୍ମକର୍ତ୍ତା କେରଳର ଚେଙ୍ଗାନୁର ଆଲ୍ଲାପୂଜାର କୁଡୁମ୍ଭଶ୍ରୀ ସରସ ପ୍ରଦର୍ଶନୀକୁ ଓରମାସ ତରଫରୁ ଯାଇଥିଲେ ।

ବର୍ତ୍ତମାନ ସେମାନଙ୍କୁ ବନ୍ୟା ଅଞ୍ଚଳରୁ ଉଦ୍ଧାର କରାଯାଇ ବିରମନ୍ତପୁରମ ସାଇନ୍ସ କଲେଜରେ ରଖାଯାଇଛି ।

ଏହି ବ୍ୟକ୍ତିମାନେ କେରଳ ରାଜ୍ୟରୁ ଉଦ୍ଧାର କରି ଓଡ଼ିଶାକୁ ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.