Latest Odisha News

ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଆର୍ଲଟ: ୪ରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ଆରବ ସାଗରରେ ଘୂର୍ଣ୍ଣିଝଡ଼, ବଙ୍ଗୋପସାଗରରେ ଅବପାତ । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷାର ପ୍ରଭାବ। ଆସନ୍ତାକାଲି ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତା ୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ସମୁଦ୍ରରେ ୪ ଦିନ ରହି ବଳ ଜୁଟାଇବା ପରେ ଅବପାତରେ ପରିଣତ ହେବ।

ଏହାର ପ୍ରଭାବରେ ୭ ଓ ୮ ତାରିଖ ଦୁଇ ଦିନ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଅବପାତ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

ଶନିବାର ମଧ୍ୟରାତ୍ରିରେ ଏହା ବିଶାଖାପାଟଣା ଓ ଗୋପାଳପୁର ମଝିରେ ଅତିକ୍ରମ କରିବ। ଅବପାତ ପ୍ରଭାବରେ ବିଜୟୱାଡା, ହାଇଦ୍ରାବାଦ ଓ ସୋଲାପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅବପାତ ପାଇଁ ରାଜ୍ୟରେ ଆସନ୍ତା ୩ ଦିନ ଯାଏ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ। ଆସନ୍ତାକାଲି ମାଲକାନିଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ାରେ ପ୍ରବଳ ବର୍ଷା ହୋଇପାରେ।

 

Comments are closed.