Latest Odisha News

ଝଡ ତୋଫାନରେ ବଲାଙ୍ଗୀରରେ ବ୍ୟାପକ କ୍ଷୟକ୍ଷତି; ଗଛ ଉପୁଡି ଜଣେ ମୃତ

ବଲାଙ୍ଗୀର: ବଲାଙ୍ଗୀର ଲୋଇସିଂହା ଓ ଆଗଲପୁର ଅଂଚଳରେ ପ୍ରବଳ ଝଡ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ ତୋଫାନରେ ବାଉଁଶବୁଦା ଉପୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅଛନ୍ତି । ଲୋଇସିଂହାର ବୁର୍ଡା ଗ୍ରାମର ତଳିପଡାରେ ମଧ୍ୟ ବିରାଟ ବାଉଁଶ ବୁଦା ଉପୁଡି ଯାଇଛି । ସେହିଭଳି ଲୋଇସିଂହା ବିଶାଳପାଲି ଗାଁରେ ଏକ ଘରେ ଗଛ ପଡି ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ବଲାଙ୍ଗୀର ଆଗଲପୁର ଅଂଚଳରେ ପ୍ରବଳ କୁଆପଥର ମାଡ ଯୋଗୁଁ ଜନଜୀବନ ବେହାଲ ହୋଇପଡିଛି । ବାଦିମାହାଲ ଗାଁରେ ଝଡ ତୋଫାନରେ ଘର କାନ୍ଥ ଭୁଶୁଡି ପଡିଛି । ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । କୁଆପଥର ମାଡ ଓ ବର୍ଷା ଯୋଗୁଁ ଧଉଁରାଦାଦର ଗାଁରେ ଚାଷୀଙ୍କ ପନିପରିବା ଚାଷ ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.