Latest Odisha News

BREAKING NEWS

ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ମନି ଲଣ୍ଡରିଂ କସେରେ ଅନାମ ନାଏକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅନାମଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ଅନାମଙ୍କ ପାଖରେ କେତେ ସମ୍ପତ୍ତି ରହିଛି ଓ ସେ ଆୟ କେତେ କରିଛନ୍ତି ସେ ନେଇ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୂଚନାଯୋଗ୍ୟ, ଜୟପୁରର ଭିଜିଲାନ୍ସ ଅଧିକାରୀ ୧୭ ଜାନୁଆରୀରେ ଅନାମ ନାଏକଙ୍କ ଭାବନୀପାଟଣା ସ୍ଥିତ ନାକଟିଗୁଡା ଘର ଓ ମଦନପୁର-ରାମପୁର ସ୍ଥିତ ତାଙ୍କ ହୋଟେଲରେ ଏକକାଳୀନ ଚଢ଼ଉ କରିଥିଲେ । ଚଢ଼ଉ କରିବାର ଗୋଟିଏ ସପ୍ତାହ ପରେ ନାଏକଙ୍କୁ ୨୩ ଜାନୁଆରୀ ଦିନ ଗିରଫ କରାଯାଇଥିଲା । ଚଢ଼ଉ ବେଳେ ୩.୪୨ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।

Leave A Reply

Your email address will not be published.