Latest Odisha News

BREAKING NEWS

ଆସନ୍ତା ସୋମବାର ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା ଚାରି ଦିନ ତଥା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୪୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଭବାନୀପାଟନା (୩୯.୬), ବାଲେଶ୍ଵର (୩୬.୨), ଦାରିଙ୍ଗବାଡି (୩୫), କଟକ (୩୫), ହିରାକୁଦ (୨୩), ପାରାଦୀପ (୨୧.୫) ), ରାୟଗଡା (୨୧.୪), ଚାନ୍ଦବାଲି (୨୧.୨), ଝାରସୁଗୁଡା (୨୦), ସୁନ୍ଦରଗଡ (୧୪), ଟିଟଲାଗଡ (୧୪), ତାଳଚେର (୧୩), କେନ୍ଦୁଝର (୧୨.୪), ସମ୍ବଲପୁର (୧୧.୬), ଅନୁଗୁଳ (୯), ଗୋପାଳପୁର (୮) ), ପୁରୀ (୭.୩), କୋରାପୁଟ (୫.୪), ବୌଦ୍ଧ (୫.୧) ଏବଂ ଭୁବନେଶ୍ୱର (୨.୫)।

ଏହିସବୁ ଜିଲ୍ଲାମାନଙ୍କରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଥିôବା ବେଳେ ଏହି ସମୟରେ ପବନର ବେଗ ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଯାହାଫଳରେ ଆଇଏମଡି ପକ୍ଷରୁ ଆଗାମୀ ଚାରି ଦିନ ଯାଏଁ (ମାର୍ଚ୍ଚ ୨୩ ପର୍ଯ୍ୟନ୍ତ  ହଳଦିଆ ଚେତାବନୀ ମଧ୍ୟ ଜାରି କରାଯାଇଛି ।

ମାର୍ଚ୍ଚ ୨୦
କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି ଓ କନ୍ଧମାଳ

ମାର୍ଚ୍ଚ ୨୧
ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ରାୟଗଡା, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ

ମାର୍ଚ୍ଚ ୨୨
କନ୍ଧମାଳ, ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର

ମାର୍ଚ୍ଚ ୨୩
ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, କେନ୍ଦୁଝର ଏବଂ ମୟୂରଭଞ୍ଜ

Leave A Reply

Your email address will not be published.