Latest Odisha News

BREAKING NEWS

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜେଏସପିଏଲର ବହୁବିଧ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଦ୍ଵାରା ବହୁବିଧ ବ୍ୟବସ୍ଥା କରାଯାଇଛି I କମ୍ପାନୀର ପ୍ରତ୍ୟକ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ସହିତ ଶରୀରର ତାପମାତ୍ରା ମାପିବା ପାଇଁ ଥର୍ମାଲ ସ୍କାନର ବ୍ୟବହାର କରାଯାଉଛି I କର୍ମଚାରୀମାନେ ହାତ ଧୋଇବା ପାଇଁ , କମ୍ପାନୀର ଅନୁଗୁଳ ସ୍ଥିତ ଷ୍ଟିଲ ପ୍ଲାଣ୍ଟ, ବଡ଼ବିଲର ପେଲେଟ ପ୍ଲାଣ୍ଟ ଓ ଭୁବନେଶ୍ଵର ଅଫିସ ସହିତ ସମସ୍ତ କାର୍ଯ୍ୟାଳୟ ଏବଂ କାରଖାନାରେ ପର୍ଯ୍ୟାପ୍ତ ସାନିଟାଇଜର ଓ ହ୍ୟାଣ୍ଡୱାଶ ବ୍ୟବସ୍ଥା କରାଯାଇଛି I କର୍ମଚାରୀମାନଙ୍କୁ ମାସ୍କ ଉପଲବ୍ଧ କରାଇବା ସହିତ ବିଶେଷଜ୍ଞ ଡାକ୍ତରିଦଳ ଦ୍ଵାରା   ସ୍ଵଚ୍ଛତା  ଓ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦିଆଯାଉଛି  Iଏ ସମ୍ପର୍କରେ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କୁହନ୍ତି ଯେ କର୍ମଚାରୀମାନଙ୍କ ସ୍ଵାସ୍ଥ୍ୟଆମ ପାଇଁ ଗୁରୁତ୍ବପୂର୍ଣ I କରୋନା ଭୂତାଣୁ କୁ ପ୍ରତିରୋଧ କରିବା ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ଆମେ ସମସ୍ତ ବ୍ୟବସ୍ଥା କରୁଛୁ I
କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ରାହୁଲ ତନେଜା କୁହନ୍ତି ଯେ କର୍ମଚାରୀମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥାକୁ ଆମେ ପ୍ରାଥମିକତା ଦେଉଛୁ, ତେଣୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆମେ ବିଭିନ୍ନ ବ୍ୟବସ୍ଥା କରିଛୁ  I  ଏହାର ମୁକାବିଲା କରିବା ପାଇଁ ସମସ୍ତ କାରଖାନା ତଥା କାର୍ଯ୍ୟାଳୟ ରେ ରିସ୍କ ମ୍ୟାନେଜମେଣ୍ଟ ଗୃପ ଗଠନ କରିଛୁ, ଯାହାକି ସୁରକ୍ଷା ବ୍ୟବସ୍ଥା କରିବା ସହିତ ସଙ୍କଟ ଅବସ୍ଥାକୁ ପରିଚାଳନା କରିବା ପାଇଁ ସକ୍ଷମ   I  କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ବୋଲି ଶ୍ରୀ ତନେଜା କହିଛନ୍ତି I  କର୍ମଚାରୀମାନଙ୍କୁ ନିୟମିତ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ସହିତ ଆବଶ୍ୟକୀୟ ମାନକର  ଅନୁପାଳନ କରାଯାଉଛି  I ବାହାରୁ ଆସୁଥିବା ଲୋକମାନଙ୍କୁ ଥର୍ମାଲ ସ୍କାନିଂ ପରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି I  ଏହା ସହିତ କମ୍ପାନୀରେ ସମସ୍ତ ସାମୁହିକ କାର୍ଯ୍ୟକୁ ବନ୍ଦ କରାଯାଇଛି ଏବଂ କୌଣସି ପ୍ରକାରର ଭିଡ଼ ନ ଜମାଇବା ପାଇଁ ପ୍ରୟାସ କରାଯାଉଛି  I  ସ୍ଵଚ୍ଛତା ଏବଂ ସୁରକ୍ଷା ସମ୍ପର୍କରେ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି I

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ସ୍ଥାନୀୟ ଗ୍ରାମଗୁଡିକରେ ସାମାଜିକ ଗଣମାଧ୍ୟମ, ପୋଷ୍ଟର, ଅଡିଓ ଭିଜୁଆଲ ଏବଂ ସାମାଜିକ  ସୂଚନା  ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି I  ସରକାରଙ୍କ ଉପଦେଶ ଅନୁଯାୟୀ, ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ବ୍ୟକ୍ତିଗତ ସ୍ଵଚ୍ଛତା ଏବଂ ଥଣ୍ଡା, ଜର ଆଦି ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଲୋକମାନଙ୍କୁ କୁହାଯାଉଛି I ସାମାଜିକ ଦୂରତା ରକ୍ଷା କରିବା ପାଇଁ କୌଣସି ସଭା କରାଯାଉନାହିଁ I

ଫୋଟୋ କାପ୍ସନ – ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଅନୁଗୁଳ ଇସ୍ପାତ କାରଖାନାରେ ନିଜର ଥର୍ମାଲ ସ୍କାନିଂ କରାଉଛନ୍ତି

Leave A Reply

Your email address will not be published.