ନୂଆଦିଲ୍ଲୀ: ଉତ୍ତର ଭାରତ ଭାସୁଛି । ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣିର ସୁଅ । ସବୁଆଡେ ଜଳପ୍ରଳୟ । ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ । ଯାତାୟାତ ପୂରା ଠପ । ଗତ ୨୪ ଘଣ୍ଟା ମଧ୍ୟର ୪୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶହଶହ ଲୋକ ପାଣିଘରରେ । ବିଶେଷକରି ହିମାଚଳ ପ୍ରଦେଶ ଅବସ୍ଥା ଶୋଚନୀୟ ହୋଇପଡିଛି ।
ହିମାଚଳ ପ୍ରଦେଶରେ ଏବେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ବି ବର୍ଷା କମିବାର ସମ୍ଭାବନା ନାହିଁ । ମନାଲି, ଲେହ ଜାତୀୟ ରାଜପଥ ଭୁଶୁଡ଼ି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି । ହିମାଚଳ ପ୍ରଦେଶର ଭୟାନକ ଚିତ୍ର ସାମ୍ନାକୁ ଆସିଛି । ମଣ୍ଡି ଇଲକାର ଏକ ଶହେ ବର୍ଷର ପୋଲ ବ୍ୟାସ ନଦୀ ସୁଅରେ ଭାସି ଯାଉଥିବା ଦେଖିବାକୁ ମିଳିଛି । ବ୍ୟାସ ନଦୀରେ ଭୟଙ୍କର ବନ୍ୟାସ୍ଥିତି ଦେଖିବାକୁ ମିଳଛି ।
ସେତିକି ନୁହେଁ, ଅନେକ ଘର , ଅଟ୍ଟାଳିକା ପାଣିର ସ୍ରୋତରେ ଭାଙ୍ଗିଯାଇଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଚାମ୍ବା, କୁଲ, ମଣ୍ଡିିରେ ବାଦଲ ଭଟା ବର୍ଷା ସହ ଭୁସ୍ଖଳନ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେଉଁଠି ନଦୀ ଗର୍ଭରେ ଗାଡିମଟର ଭାସିଯାଉଛି ତ ଆଉ କେଉଁଠି ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ଏଭଳି ସ୍ଥିତିରେ ସେଠାକୁ ଯାଇଥିବା ପାଖାପାଖି ୩୦୦ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ସେନା ଯବାନଙ୍କ ସହ ଏନଡିଆରଏଫ୍ ଟିମ୍ ।
କ୍ଷୟକ୍ଷତି ଆକଳନ ୪ ହଜାର କୋଟି ଛୁଇଁଛି ବେଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ବନ୍ୟା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ପ୍ରଶାସନ । ଆଇଏମଡି ପକ୍ଷରୁ ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ଟୁଇଟ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଏକ ୨୪ ଘଣ୍ଟିଆ ଟୋଲ ଫ୍ରି ହେଲପଲାଇନ ନମ୍ବର 1100, 1070, 1077 ଜାରି କରିଛନ୍ତି । ଜରୁରୀ ପରିସ୍ଥିତିରେ ସବୁପ୍ରକାର ସେବା ଯୋଗାଇ ଦେବାକୁ ଏହି ନମ୍ବର ଜାରି କରାଯାଇଛି ।
“आपदा की इस घड़ी में एकजुट होकर सरकार का सहयोग करे और अगले 24 घंटो तक घरों में ही रहें”
*** हेल्पलाइन नंबर – 1100,1070,1077 ***#WeatherAlert#monsoondisaster#disasterpreparedness#GovtOfHimachalPradesh pic.twitter.com/XBVo0krTGB— CMO HIMACHAL (@CMOFFICEHP) July 10, 2023
#WATCH | A road collapsed at Kokunala in the Kotkhai subdivision of Shimla, Himachal Pradesh.
(Video Source: Shimla Police) pic.twitter.com/STWnBkDJDJ
— ANI (@ANI) July 10, 2023
Comments are closed.