Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭାରତର ପୁରୁଷ ନଦୀ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତରେ ପରିବେଶକୁ ସର୍ବଦା ଗୁରୁତ୍ୱ ଦିଆଯାଇଥାଏ । ସେଥିପାଇଁ ନଦୀ, ପର୍ବତ, ବୃକ୍ଷ ଓ ପଶୁ ପକ୍ଷୀ ଆମ ଧର୍ମ ସଂସ୍କୃତିରେ ପୂଜା ପାଇଥାନ୍ତି । ନଦୀକୁ ସର୍ବଦା ମାଆର ସମ୍ମାନ ଦିଆ ଯାଇଥାଏ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବ୍ରହ୍ମପୁତ୍ରକୁ ପୁରୁଷ ନଦୀ କୁହାଯାଏ । ଭଗବାନ ବ୍ରହ୍ମାଙ୍କ ପୁତ୍ର ଭାବେ ବ୍ରହ୍ମପୁତ୍ର ନଦୀ ପରଚିତ । ହିନ୍ଦୁ ଧର୍ମ ବ୍ୟତୀତ ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଏହି ନଦୀର ଗୁରୁତ୍ୱ ରହିଛି । ବୌଦ୍ଧ ଧର୍ମ ମାନ୍ୟତା ଅନୁସାରେ ବଡ ହ୍ରଦ ଚାଙ୍ଗ ଥାଙ୍ଗ ପଠାରରୁ ଏହା ବାହାରିଛି । ପ୍ରଥମେ ଏହା ଏକ ଛୋଟ ନଦୀ ଥିଲା । ପରେ ଜଣେ ଦୟାଳୁ ବୌଦ୍ଧ ଗୁରୁ ପାଣି ପାଉ ନ ଥିବା ଅନ୍ୟ ଗ୍ରାମରେ ପଂହଚାଇବା ପାଇଁ ଏକ ରାସ୍ତା ଖୋଳିଥିଲେ । ସେବେଠାରୁ ଏହା ବ୍ରହ୍ମପୁତ୍ର ନଦୀ ନାମରେ ନାମିତ ।

ସନାତନ ଧର୍ମର ମାନ୍ୟତା ଅନୁସାରେ ଏହି ନଦୀରେ ସ୍ନାନ କରି ନିକଟରେ ଥିବା ବ୍ରହ୍ମାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଗଲେ ବ୍ରହ୍ମ ଦୋଷ ଓ ଶାରୀରିକ ରୋଗରୁ ମୁକ୍ତି ମିଳିଥାଏ । ଭାରତରେ ଏହି ନଦୀର ଲମ୍ବ ୨୭୦୦ କିଲୋମିଟର । ତିବ୍ଦତcର ପୁରଙ୍ଗ ଜିଲ୍ଲା ନିକଟରେ ଥିବା ମାନସରୋବରରୁ ଏହାର ଉତ୍ପତି । ଭାରତ ଦେଇ ଏହା ବାଂଲାଦେଶରେ ପ୍ରବେଶ କରିଛି । ଉତର-ପୂର୍ବାଂଚଳର ଏହା ମୂଖ୍ୟ ଜଳସ୍ରୋତ କହିଲେ ଭୁଲ ହେବନି ।

Leave A Reply

Your email address will not be published.