Latest Odisha News

BREAKING NEWS

ମାଲକାନଗିରି: ବର୍ଷାଜଳରେ ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କାଙ୍କୋରକୋଣ୍ଡା ପୋଲ ବୁଡିଯିବା ଫଳରେ ମାଲକାନଗିରି-କାଳିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।

ଏହି ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ ପୋଲର ଉଭୟ ପାଶ୍ୱର୍ରେ ଯାତ୍ରୀମାନେ ଫସି ରହିଥିବା ଜଣାପଡିଛି ।

ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଗତ ୩ ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଫଳରେ ଚାରିଆଡ ଜଳମଗ୍ନ ହୋଇପଡିଛି । ଫଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଦିନ ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି ଓ ବଲାଙ୍ଗୀର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.