Latest Odisha News

ଭଦ୍ରକରେ ବର୍ଷା ଜାରି, ମୁକାବିଲା ପାଇଁ NDRF ପ୍ରସ୍ତୁତ

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ଘନେଇଲା ବିପଦ । ଚାନ୍ଦବାଲି ଓ ଧାମରା ମଧରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବାତ୍ୟା ୟଶ । ମୁକାବିଲା ପାଇଁ NDRF ପ୍ରସ୍ତୁତ ରହିଛି । ଭଦ୍ରକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବାତ୍ୟା ଏବେ ଉଗ୍ରରୂପ ଧାରଣ କରି ଉପକୂଳ ଓଡ଼ିଶା ଆଡ଼େ ମାଡି ଆସୁଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ମଧରେ ଲ୍ୟାଣ୍ଡଫଲ କରିବାର ସୂଚନା ମିଳୁଛି ।

ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ୪୧ ଟି ଗ୍ରାମର ୯୬.୩୭୦ ଜଣ ଲୋକଙ୍କୁ ଆଜି ସୁଦ୍ଧା ସ୍ଥାନାନ୍ତରିତ କରାଯିବ । ବାତ୍ୟା ଆସିଲେ ପବନର ବେଗ ୧୫୦ ରୁ୧୬୦ କିଲୋମିଟର ରହିବା ସହ ୧୮୦ କିଲୋମିଟର ମଧ୍ୟରେ ଚଛୁଇପାରେ । ଏହି ସମୟରେ ସମୁଦ୍ରରେ ୪ ଫୁଟର ଜୁଆର ଆସିପାରେ । ଭଦ୍ରକ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ଅଧିକ ୬ ଟି NDRF ଟିମ ଭଦ୍ରକରେ ପହଁଚିଲେ ।

ପୂର୍ବରୁ ୪ ଟିମ ଆସିଥିଲେ. ବିଶେଷ କରି ଚାନ୍ଦବାଲି ବାସୁଦେବପୁର ଓ ଭଦ୍ରକ ରେ ୨ ଗୋଟି କରି ଟିମ ଓ ଅନ୍ୟ ୪ ଗୋଟି ବ୍ଲକରେ ୪ ଟିମ ମୁତୟନ ହୋଇଛନ୍ତି . । ସେହିପରି ଆଜି ସକାଳଠାରୁ ସମୁଦ୍ର ଉପକୂଳରେ ଥିବା ଗାଁ ମାନଙ୍କରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ଆଜି ସାନ୍ଧ୍ୟ ସୁଦ୍ଧା ସବୁ ଲୋକଙ୍କୁ ସମୁଦ୍ର ଉପକୂଳରୁ ସ୍ଥାନ୍ତାରିତ କରାଯିବ । ଗତକାଲିଠାରୁ ଏ ସମ୍ପର୍କରେ ସୂଚନା ଦିଆଯିବା ସହ ସତର୍କ କରାଇ ଦିଆଯାଇଛି । ସେହିପରି ଓଡ୍ରାଫ ଟିମ ମଧ୍ୟ୍ୟ ଜିଲ୍ଲା ପୋଲିସ ଓ ପ୍ରଶାସନ ସହ ମିଶି ଏହି ସ୍ଥାନ୍ତାରିତ ପ୍ରକ୍ରିୟାରେ ଲାଗି ପଡିଛନ୍ତି ।

Leave A Reply

Your email address will not be published.