Latest Odisha News

BREAKING NEWS

ପୁରୀରେ ବର୍ଷା ସହିତ ପବନ

ପୁରୀ: ସମୁଦ୍ରିକ ଝଡ଼ ୟଶ ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଇଯାଇଥିବ ବେଳେ ପୁରୀ ସହରରେ ମଧ୍ୟ ଧୀରେ ଧୀରେ ବର୍ଷା ପଡିବା ଆରଂଭ କଲାଣି। ଅପରାହ୍ନରୁ ପାଗ ମେଘୁଆ ଥିବା ବେଳେ ଝିପି ଝିପି ବର୍ଷା ଲାଗି ରହିଛି। ପବନରେ ବେଗ ମଧ୍ୟ ସାମାନ୍ୟ ଅଧିକ ରହିଛି। ତେବେ ୟଶର ପ୍ରଭାବ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପଡିବାକୁ ଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଲୋକଙ୍କ ଧନ ଜୀବନ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ସେପଟେ ୟଶ ପ୍ରଭାବରେ ଧୀରେ ଧୀରେ ପବନ ସମେତ ବର୍ଷା ବଢୁଥିବା ହେତୁ ପୁରୀ ବାସୀଙ୍କ ମଧ୍ୟରେ ଭୟ ପଶିଛି। ଗତ ୨୦୧୯ ମେ ମାସରେ ଫନି ବାତ୍ୟା ପୁରୀରେ ଲ୍ୟାଣ୍ଡ ଫଲ କରି ତାଣ୍ଡବ ରଚିଥିଲା। ଯାହାକି ପୁରୀ ବାସି ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି । ତେବେ ପୁରୀ ରେ ବାତ୍ୟା ସତର୍କତା ସହିତ ପ୍ରଶାସନ ସମ୍ପୁର୍ଣ୍ଣ ସଜାଗ ରହିଛି ।

Comments are closed.