Latest Odisha News

ପ୍ରବଳ ବର୍ଷା ଆଶଙ୍କା: ୧୩ରେ ଲଘୁଚାପ, ବୃଷ୍ଟିପାତ ଲାଗି ୭ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ(ଆଇ.ଏମ.ଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୧୩ ତାରିଖ ଅର୍ଥାତ ଶୁକ୍ରବାର ଦିନ ଓଡ଼ିଶାକୁ ଲାଗି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି ।

ଫଳରେ ରାଜ୍ୟର ପ୍ରାୟ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବୃଷ୍ଟିପାତ ହେବାର ଆଶଙ୍କା କରିଛନ୍ତି ପାଣିପାଗ କେନ୍ଦ୍ର ।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ମାନଙ୍କରେ ଅତି ପ୍ରବଳ ବର୍ଷା ହେବାର ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ବୃଷ୍ଟିପାତ ହୋଇଛି । ତେବେ ଲଘୁଚାପ ସୃଷ୍ଟି ହେଲେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ଜାରି ରହିବ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.