Latest Odisha News

BREAKING NEWS

କାଲିଠୁ ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁ ଚାପ । ଏହାର ପ୍ରଭାବରେ କାଲିଠୁ ଆସନ୍ତା ୧୧ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଶନିବାର ୪ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ଜଗତସିଂହପୁର, ଗଂଜାମ, ପୁରୀ ଓ ସୁନ୍ଦରଗଡ । ୯ତାରିଖରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଉଛି କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ଗଂଜାମ । ଏସବୁ ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅଗଷ୍ଟ ୧୦ ତାରିଖରେ ୧୦ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଂ ରହିଛି । ଏସବୁ ଜିଲ୍ଲାଗୁଡିକ ହେଉଛି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବୌଦ୍ଧ, ବଲାଙ୍ଗୀର, ନୂଆପଡା, ନୟାଗଡ, ନବରଙ୍ଗପୁର ଓ ଗଂଜାମ । ଏହା ସହ ୬ ଜିଲ୍ଲା ମାଲକାନଗିରି, ପୁରୀ, ଖୋର୍ଦ୍ଧା, ସୋନପୁର, ସମ୍ବଲପୁର, ଅନୁଗୁଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିପରି ଅଗଷ୍ଟ ୧୧ ତାରିଖରେ ୬ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.